ଅର୍ଚ୍ଚନା ନାଗ ମାମଲା ରେ ଘାଣ୍ଟିଲାଣି ଇଡି, ଢେ଼ଙ୍କାନାଳ ବିଧାୟକଙ୍କ ଭାଇ ଇଡି ରେ ହାଜର

0 144

ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲାର ତଦନ୍ତ ଭାର ଯେବେଠୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡ଼ି ହାତକୁ ନେଇଛି ତେବେଠୁ ବହୁ ବଡ଼ବଡ଼ିଆଙ୍କ ଗୁମର ପଦାକୁ ଆସିବାରେ ଲାଗିଛି । ଖାଲି ଏତିକି ନୁହେଁ ଏହି ମାମଲାକୁ ଆହୁରି ରୋଚକ କରିଦେଉଛନ୍ତି ତଦନ୍ତକାରୀ ଟିମ୍ । ଅର୍ଚ୍ଚନାର ନାଗର ଜାଲରେ କେତେ ରାଜନେତା, ବ୍ୟବସାୟୀ, ଅଭିନେତା ଫସିଛନ୍ତି , ସେ ନେଇ ମଧ୍ୟ ପୁରା ତଥ୍ୟ ପୋଲିସ ପାଇପାରିବ । ଖୁବଶୀଘ୍ର ଏ ସମ୍ପର୍କିତ ଆହୁରି ରୋଚକ ତଥ୍ୟ ସାମ୍ନାକୁ ଆଣିବୁ ଆମେ ।

ଆଜି ଇଡିରେ ହାଜର ହୋଇଛନ୍ତି ବିଶିଷ୍ଟ ବ୍ୟବସାୟୀ ତଥା କାର୍‌ ସୋରୁମ୍‌ ମାଲିକ ଗଙ୍ଗାଧର ସାମଲ । ଅର୍ଚ୍ଚନା ନାଗ ଗିରଫ ମାମଲାରେ ଆଜି ସେ ହାଜର ହେଇଛନ୍ତି । ଗତକାଲି ତାଙ୍କୁ ନୋଟିସ୍ କରାଯାଇଥିଲା ହାଜର ହେବାକୁ ।

ସୂଚନା ଥାଉ କି ଗଙ୍ଗାଧର ସାମଲ ହେଉଛନ୍ତି ଢେ଼ଙ୍କାନାଳ ବିଧାୟକ ସରୋଜ କୁମାର ସାମଲ ଙ୍କ ଭାଇ । ଏବଂ ଲାଣ୍ଡ ରୋଭର୍ ଗାଡ଼ି ସୋରୁମର ମାଲିକ ଅଟନ୍ତି । ଗତକାଲି ଇଡି ପ୍ରଯୋଜକ ଅକ୍ଷୟ ପରିଜା ଙ୍କୁ ଡାକି ୧୨ ଘଣ୍ଟା ଜେରା କରିଥିଲା ।

archana nag

ଏହାସହିତ ଅର୍ଚ୍ଚନା ଜେରା ଭିତରେ ଜାଣି ବାକୁ ମିଳିଥିଲା କି ଗଙ୍ଗାଧର ୩୦ ଲକ୍ଷ ଟଙ୍କା ଅର୍ଚ୍ଚନା କୁ ଦେଇଥିଲେ । କାହିଁକି ଏତେ ଟଙ୍କା ଅର୍ଚ୍ଚନା ଦେଇଥିଲେ ସେଥିପାଇଁ ଇଡି ଡାକିଛି ଏବଂ ଏହାର ଯାଞ୍ଚ କରାଯିବ

Leave A Reply