ଦେଖନ୍ତୁ ଭିଡ଼ିଓ : ରାଣୀ ପଣ୍ଡାଙ୍କ ଅତି ଭୟଙ୍କର କାର ଦୁର୍ଘଟଣା, ଜଣେ ମୃତ
ସଂସ୍କାର : ଦୁର୍ଘଟଣା ଗସ୍ତ ହେଲା ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର । ଏକ ବାଇକ ସହ ରାଣୀ ପଣ୍ଡା କାର ମୁହାଁମୁହିଁ ଧକ୍କା ହୋଇଛି।ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି ଆଠଗଡ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଗତକାଲି ରାତିରେ ଆଠଗଡ଼ ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଉଛନ୍ତି ରାଜନଗର ଗ୍ରାମର ସୁକାନ୍ତ ବେହେରା ।

ରାଜ୍ୟ ଗଣମାଧ୍ୟମ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାଣୀ ପଣ୍ଡା ଏକ ବିବାହ ଭୋଜିରେ ସାମିଲ ହେବା ପାଇଁ ଅନୁଗୋଳ ଯାଇଥିଲେ । ସେଠାରୁ ସାତମାଇଲ ନିକଟରେ ଥିବା ଦୁଦୁରୁକୋଟ ଗ୍ରାମକୁ ଯାତ୍ରା ପରିବେଷଣ କରିବାକୁ ଯାଉଥିଲେ । ଏହି ସମୟରେ ଆଠଗଡ଼ ମୁଣ୍ଡଳୀ ରାସ୍ତା ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଏକ ବାଇକ ସହ ତାଙ୍କ କାର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ ଚାଳକ ସୁକାନ୍ତ ଗୁରୁତର ହୋଇପଡିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ସୁକାନ୍ତଙ୍କୁ ମୃତ ଘୋଷଣା କରିଥିଲେ ।
ଦେଖନ୍ତୁ ଭିଡ଼ିଓ :
ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ରାଣୀ ପଣ୍ଡା ଓ ତାଙ୍କ ଡ୍ରାଇଭରକୁ ଆଠଗଡ ଥାନାକୁ ନେଇ ଆସିଥିଲେ। ଏହି ଦୁର୍ଘଟଣାରେ ରାଣୀ ପଣ୍ଡାଙ୍କ ଗାଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।