ସୁଇମିଂ ପୁଲରେ ବୁଡ଼ି ଯାଉଥିଲା ମାଆ, ଦେବଦୂତ ସାଜିଲା ୧୦ ବର୍ଷର ପୁଅ, ଦେଖନ୍ତୁ VIDEO..

ସଂସ୍କାର : ଦଶ ବର୍ଷର ବାଳକର କମାଲ୍। ଏହି ୧୦ ବର୍ଷ ବାଳକର ଏକ ଭିଡିଓ ଇଣ୍ଟରନେଟରେ ସମସ୍ତଙ୍କ ମନ ଜିତୁଛି। ମାଆର ଜୀବନ ବଂଚାଇବାକୁ ଯାଇ ପିଲାଟି କିଛି ନବୁଝି ପୂର୍ଣ୍ଣ ସୁଇମିଂ ପୁଲକୁ ଡେଇଁଥିଲା। ମାଆ ତାର ସୁଇମିଂ ପୁଲରେ ଗାଧୋଇବାକୁ ଯାଉଥିବାବେଳେ ହଠାତ୍ ତାଙ୍କୁ ଫିଟସ ମାରିଥିଲା । ଏହି ସମୟରେ ମହିଳାଙ୍କ ଦଶ ବର୍ଷର ପୁଅ ସୁଇମିଂ ପୁଲକୁ ଡେଇଁପଡି ମାଆକୁ ଟାଣି ନେଇଥିଲା ।

ଏହି ଘଟଣା ମହିଳାଙ୍କ ଘରେ ଲଗାଯାଇଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଭିଡିଓରେ ବାଳକଟି ସୁଇମିଂ ପୁଲକୁ ଡେଇଁପଡିଥିବାର ନଜର ଆସିଛନ୍ତି। ସୁଇମିଂ ପୁଲରେ ଗାଧୋଇଥିବା ବେଳେ ହଠାତ୍ ମହିଳା ଫିଟସରେ ଆକ୍ରାନ୍ତ ହେଲେ। ସେତେବେଳେ ପୁଅ ତାଙ୍କୁ ଦେଖେଦେଲି।

ତାଙ୍କର ୧୦ ବର୍ଷର ବାଳକ ସୁଇମିଂ ପୁଲକୁ ଡେଇଁ ପଡି ମାଆକୁ କୂଳକୁ ଆଣିଲା। ଗୋଟିଏ କୁକୁର ମଧ୍ୟ ସିଡ଼ିରେ ଅପେକ୍ଷା କରିଥିବାର ଦେଖାଯାଏ। ଭିଡିଓ ଶେଷ ହେବା ପରେ, ଏହା ଦେଖାଯାଏ ଯେ ଜଣେ ବ୍ୟକ୍ତି ମଧ୍ୟ ଦୌଡି ପଳାଇ ମହିଳାଙ୍କର ନିକଟତର ହୁଏ।

ଏଠାରେ କିକ୍ଲ କରି ଦେଖନ୍ତୁ ଭିଡ଼ିଓ :

Leave a Reply

Your email address will not be published. Required fields are marked *