ଏହି ସୁଗନ୍ଧିତ ମସଲାକୁ ଗରମ ପାଣିରେ ମିଶାଇ ପିଅନ୍ତୁ। ଥଣ୍ଡା, କାଶ, ମୁଣ୍ଡବିନ୍ଧା ପରି ଅନେକ ରୋଗରୁ ଉପଶମ ମିଳିବ।

ଆମର ଦୈନନ୍ଦିନ ଜୀବନରେ ଆମେ ଅନେକ ସମସ୍ୟାର ସମ୍ମୁଖୀନ ହେଉ, କିନ୍ତୁ ପ୍ରତ୍ୟେକ ସମସ୍ୟା ପାଇଁ ଡାକ୍ତରଙ୍କ ପାଖକୁ ଯିବାକୁ ପସନ୍ଦ କରୁନାହୁଁ। ଘରୋଇ ମସଲା ଖାଇ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ସମସ୍ୟାରୁ ମୁକ୍ତି ପାଇଥାଉ। ଏହିପରି ଗୋଟିଏ ମସଲା ହେଉଛି ହିଙ୍ଗୁ, ଯାହା ଖାଦ୍ୟରେ ପକାଇଲେ ସୁଗନ୍ଧ ବଢ଼ିଥାଏ, କିନ୍ତୁ ଆପଣ ଜାଣିଛନ୍ତି କି ହିଙ୍ଗୁ ବ୍ୟବହାର କରି ଆମେ ଅନେକ ରୋଗରୁ ମୁକ୍ତି ପାଇପାରିବା, କାରଣ ଏହା ଔଷଧୀୟ ଗୁଣର ଭଣ୍ଡାର ଅଟେ। ଅନେକ ବିଶେଷଜ୍ଞ ବିଶ୍ଵାସ କରନ୍ତି ଯେ ଯଦି ଆମେ ଗରମ ପାଣିରେ ମିଶ୍ରିତ ହିଙ୍ଗୁ ପିଉ, ତେବେ ସ୍ୱାସ୍ଥ୍ୟ ପାଇଁ ଅନେକ ଆଶ୍ଚର୍ଯ୍ୟଜନକ ଲାଭ ହୋଇପାରେ।

ହିଙ୍ଗୁ ପାଣି କିପରି ପ୍ରସ୍ତୁତ କରିବେ?

ଆପଣ ଘରେ ହିଙ୍ଗୁ ପାଣି ପ୍ରସ୍ତୁତ କରିପାରିବେ ଏବଂ ଏଥିପାଇଁ ଅଧିକ ପ୍ରୟାସ କରିବାର ଆବଶ୍ୟକତା ନାହିଁ। ଆପଣ ଏକ ଗ୍ଲାସ୍ ପାଣିକୁ ହାଲୁକା ଗରମ କରନ୍ତୁ ଏବଂ ତା’ପରେ ସେଥିରେ ଏକ ଚାମଚ ହିଙ୍ଗୁ ମିଶାନ୍ତୁ ଏବଂ ତା’ପରେ ଏହାକୁ ଖାଲି ପେଟରେ ପିଅନ୍ତୁ।

ହିଙ୍ଗୁ ପାଣି ପିଇବାର ଉପକାର।

ମୁଣ୍ଡବିନ୍ଧା :

ଯେଉଁମାନଙ୍କ ପ୍ରାୟତ ମୁଣ୍ଡବିନ୍ଧାର ଅଭିଯୋଗ ରହିଥାଏ, ସେହି ଲୋକମାଙ୍କ ପାଇଁ ହିଙ୍ଗୁ ପାଣି ଅତ୍ୟନ୍ତ ଉପଯୋଗୀ। ଏହି ମସଲାରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ମିଳିଥାଏ, ଏହା ସହିତ ମୁଣ୍ଡର ରକ୍ତ ନଳୀରେ ଫୁଲା କମ କରିଥାଏ, ଯାହା ମୁଣ୍ଡବିନ୍ଧାରୁ ମୁକ୍ତି ଦେଇଥାଏ।

ଥଣ୍ଡା ଏବଂ କାଶ :

ଗରମ ପାଣି ଏବଂ ହିଙ୍ଗୁ ଖାଇବା ଦ୍ଵାରା ଶ୍ୱାସକ୍ରିୟା ସହିତ ଜଡିତ ସମସ୍ୟା ଦୂର ହୋଇପାରିବ। ଏହା ସହିତ ଯଦି ଆପଣଙ୍କର ଥଣ୍ଡା, କାଶ ଥାଏ, ତେବେ ଏହା ଆପଣଙ୍କ ପାଇଁ ଏକ ରାମବାଣ ପ୍ରମାଣ ହେବ।

ଓଜନ ହ୍ରାସ :

ଆପଣ ହୁଏତ ଜାଣି ନଥିବେ ଯେ ହିଙ୍ଗୁ ଜଳ ସାହାଯ୍ୟରେ ଆପଣ ବଢୁଥିବା ଓଜନକୁ ମଧ୍ୟ ହ୍ରାସ କରିପାରିବେ, କାରଣ ଏହା ରକ୍ତରେ ଥିବା ଖରାପ କୋଲେଷ୍ଟ୍ରୋଲକୁ ହ୍ରାସ କରିଥାଏ ଏବଂ ଓଜନକୁ ନିୟନ୍ତ୍ରଣ କରିଥାଏ। ଏହା ସହିତ ହୃଦରୋଗର ଆଶଙ୍କା କମିଯାଏ।