କୁହାଯାଏ ପ୍ରେମ ଯେ କରିବାର କୌଣସି ବୟସ ନାହିଁ, ଏହିପରି ଜଣେ 12 ବର୍ଷର ନାବାଳିକା ଝିଅ ପ୍ରେମରେ ପ୍ରତାରିତ ହେବା ପରେ ସୂଈସାଇଡ ନୋଟରେ ଏଭଳି ଲେଖି ଆତ୍ମହତ୍ୟା କରିଛନ୍ତି ।
ପ୍ରେମରେ ପଡ଼ିବା ପରେ ଦିଲ୍ଲୀର ଫରିଦାବାଦରେ ଜଣେ 12 ବର୍ଷର ବାଳିକା ଆତ୍ମହତ୍ୟା କରିଛି। “ତାଙ୍କ ଦ୍ୱାରା ଲିଖିତ ଆତ୍ମହତ୍ୟା ନୋଟ ଉଦ୍ଧାର ହେବା ପରେ ଏହି ଘଟଣାର ପ୍ରକୃତ ରହସ୍ୟ ଜଣାପଡିଥିଲା। ବର୍ତ୍ତମାନ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
କୁହାଯାଏ ଯେ ପ୍ରେମ କରିବାରେ କୌଣସି ବୟସ ନାହିଁ, କିନ୍ତୁ ଯେତେବେଳେ ବୟସ ପୂର୍ବରୁ ପ୍ରେମରେ ପଡ଼େ, ସେତେବେଳେ ପ୍ରେମକୁ ପ୍ରେମ ନୁହେଁ ଜୁନୁନ୍ ବା ପାଗଳାମି ର ନାମ ଦିଆଯାଏ, ଯେପରି ଏହି ଛୋଟ ନାବାଳକଟି ତାଙ୍କ ପିତାମାତାଙ୍କ ସହିତ ଫରିଦାବାଦର ବଲ୍ଲବଗଡ ଅଞ୍ଚଳରେ ରହୁଥିଲେ, ସେ ପାଖ ପଡୋଶୀ ରେ ରହୁଥିବା ନାବାଳକ ଙ୍କୁ ଭଲ ପାଉଥିଲେ। ସେ ଆତ୍ମହତ୍ୟା ନୋଟରେ ଲେଖିଛନ୍ତି ଯେ ସେ ପଡ଼ୋଶୀରେ ରହୁଥିବା ପୁଅକୁ ଭଲ ପାଉଥିଲେ କିନ୍ତୁ ସେହିଁ ନାବାଳକ ଜଣଙ୍କ ଅନ୍ୟ କାହାକୁ ଭଲ ପାଉଥିଲେ।
ଏହି କାରଣ ସକାଶେ ସେ ମାନସିକ ଅସ୍ଥିର ହେବା ଫଳରେ ନିଜକୁ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ। ନାବଲିକଙ୍କ ପିତା କହିଛନ୍ତି ଯେ ସେ ଆତ୍ମହତ୍ୟା ନୋଟ ମାଧ୍ୟମରେ ଏସବୁ ଜାଣିଛନ୍ତି। ତାଙ୍କ ନାବାଳିକା ଝିଅ ଆତ୍ମହତ୍ୟା ପାଇଁ ଭଗବାନଙ୍କୁ ଦାୟୀ କରିଛି, ସେ ଏହା ମଧ୍ୟ ତାଙ୍କ ଆତ୍ମହତ୍ୟା ନୋଟରେ ଲେଖିଥିବା ଜଣାପଡିଛି ।