ରଙ୍ଗ ଖେଳରେ ଗଲା ୧୩ ଜୀବନ

ଭୁବନେଶ୍ୱର: ରଙ୍ଗ ଖେଳରେ ସାରା ରାଜ୍ୟ ରଙ୍ଗୀନ ଦିଶୁଥିବାବେଳେ ବିଭିନ୍ନ ସ୍ଥାନରୁ ଆସି ପହଞ୍ଚିଛି ଦୁଃଖଦ ଖବର । ସୂଚନା ଆନୁଯାୟୀ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଯାଇଛି ଦୁର୍ଘଟଣା । ଦୁର୍ଘଟଣା ଜନିତ ମୃତକଙ୍କ ସଂଖ୍ୟା ୧୩ ହୋଇଥିଲାବେଳେ ୩ ଜଣ ଅଛନ୍ତି ନିଖୋଜ ।

ହୋଲି ଖେଳି ସାରି କେନ୍ଦୁଗୁଡା ଡ୍ୟାମରେ ଗାଧୋଇବାବେଳେ ପାଣିରେ ବୁଡ଼ିଯାଇଥିଲେ ୩ ଯୁବକ । ସ୍ଥାନୀୟ ଲୋକେ ଖବର ଦେବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ୩ ଯୁବକଙ୍କୁ ଉଦ୍ଧାର କରି  ପଦ୍ମପୁର ମେଡିକାଲକୁ ନେଲେ ସତ, ହେଲେ  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଆଳି ଥାନା ଅନ୍ତର୍ଗତ ନିଆଳି ଗାଁରେ ବି ହୋଲି ଖେଳି ସାରି ଗାଧୋଇଲାବେଳେ ବୁଡ଼ି ଯାଇଛନ୍ତି ଜଣେ ଯୁବକ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ସତ୍ତ୍ୱେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ସେହିପରି କଟକ କାଠଯୋଡ଼ି ନଦୀର ୪୨ମୌଜା ଘାଟକୂଳ ନିକଟରେ ୨ ଜଣ ଯୁବକ ବୁଡ଼ି ଯାଇଥିବା ସୂଚନା ମିଳିଛି । ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲ ଭର୍ତ୍ତି କରିଥିଲେ,  ମାତ୍ର ଡାକ୍ତର ସେମାନଙ୍କୁ ମୃତ ଘୋଷଣା କଲେ ।

ହୋଲି ଖେଳି, ଭୋଜି କରି ବାଇକରେ ଫେରୁଥିବାବେଳେ ଗଛରେ ପିଟି ହୋଇ ଘଟଣା ସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଛି । ବିରାଡିଆରୁ ଭୋଜି ଖାଇ ଢେଙ୍କାନାଳ-କପିଳାସ ରାସ୍ତାରେ ଫେରୁଥିବା ସମୟରେ ଛଣବୋଲୁଅ ନିକଟରେ ଏହି ଦୁର୍ଘଟଣା ଘଟିଛି । ସେହିପରି ଆଉ କେତେକ ଅଞ୍ଚଳରେ ମଧ୍ୟ ଏମିତି ଅଘଟଣ ଘଟି ଲୋକଙ୍କ ମୃତ୍ୟୁ ଘଟିଛି, ଯାହା ଖସିର ରଙ୍ଗ ପର୍ବକୁ ଶୋକରେ ପରିଣତ କରିଛି ।

Leave a Reply

Your email address will not be published. Required fields are marked *