ସଂସ୍କାର : କୁହାଯାଏ ଯେ, ଶାଳୀ ହେଉଛି ନିଜର ସାନ ଭଉଣୀ ସମାନ। ତାଙ୍କୁ ସେହ୍ନ ଆଦର କରିବା କଥା , କିନ୍ତୁ ଜଣେ ରାକ୍ଷସ ଜ୍ୱାଇଁ ନିଜର ସାନ ଭଉଣୀ ସମାନ ଶାଳୀକୁ କରିଛି ବଳାତ୍କାର। ତେବେ ଏହି ରାକ୍ଷସ ଜ୍ୱାଇଁ ଜଣକ ଶାଳୀକୁ ବଳାତ୍କାର କରିବା ପୂର୍ବରୁ ତାଙ୍କୁ ୧୫ ଦିନ ଆଗରୁ ଅପହରଣ କରିନେଇଥିଲେ। ଅନ୍ୟଅଟେ ଯୁବତୀଙ୍କ ବଡ଼ ଭଉଣୀ ମଧ୍ୟ ନିଜର ୧୫ ବର୍ଷୀୟ ସାନ ଭଉଣୀ ଖୋଜିବାରେ ବ୍ୟସ୍ତ ଥିଲେ। କିନ୍ତୁ ପାଉ ନଥିଲେ। ଏହାରି ମଧ୍ୟରେ ସେହି ମହିଳାଙ୍କ ସ୍ୱାମୀ ମଧ୍ୟ କେଉଁଆଡ଼େ ଉଭାନ ହୋଇଯାଇଥିଲେ। ସ୍ୱାମୀ ଉଭାନ ହେବା ପରେ ମହିଳା ଜାଣିପାରିଲେ ଯେ, ତାଙ୍କ ସ୍ୱାମୀ ହିଁ ତାଙ୍କର ସାନ ଭଉଣୀକୁ କେଉଁଆଡ଼େ ନେଇଛନ୍ତି। କାରଣ ମହିଳାଙ୍କ ସ୍ୱାମୀ ପୂର୍ବରୁ ବି ତାଙ୍କ ଶାଳୀ ସହିତ ଲାଗୁଥିଲେ।

ତେବେ ଏହି ସମ୍ବେଦନଶୀଳ ଘଟଣାଟି ଆସିଛି ଗ୍ରେଟର ନୋଏଡାରୁ। ଗ୍ରେଟର ନୋଏଡାର ବିସ୍ରାକ ଅଞ୍ଚଳରୁ ଆସିଛି ଏହି ଆଶ୍ଚର୍ଯ୍ୟଜନକ ମାମଲା। ବିସ୍କ୍ରା ପୋଲିସର କହିବା ମୁତାବକ, ଗ୍ରେଟର ନୋଏଡାରେ ରହୁଥିବା ରବିଦାସ କିଛି ସମୟ ପୂର୍ବରୁ ଜଣେ ମୁସଲମାନ ଝିଅକୁ ବିବାହ କରିଥିଲେ। ଏହା ପରେ ସେ ତାଙ୍କ ପତ୍ନୀଙ୍କ ୧୫ ବର୍ଷର ଭଉଣୀକୁ ଅନେକ ଥର ବଳାତ୍କାର କରିବାକୁ ଚେଷ୍ଟା କରିଥିଲେ , କିନ୍ତୁ କରିପାରିନଥିଲେ। ମାତ୍ର ସୁଯୋଗ ପାଇ ସେ ନିଜ ପତ୍ନୀଙ୍କ ଭଉଣୀକୁ ଅପହରଣ କରି ନେଇଥିଲେ। ଅପହରଣ କରି ନେବା ପରେ ଏକ କୋଠରୀକୁ ନେଇ ଯାଇ ସେଠାରେ ଧମକ ଦେଇ ବଳାତ୍କାର କରିଥିଲା। ତେବେ ନାବାଳିକାକୁ ଅନେକ ଦିନ ଧରି ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।
ଭଉଣୀ ନିଖୋଜ ହେବା ପରେ ପତ୍ନୀ ସ୍ୱାମୀଙ୍କୁ ସନ୍ଦେହ କରୁଥିଲେ, କାରଣ ସ୍ୱାମୀ ମଧ୍ୟ ନିଖୋଜ ଥିଲେ। ତେଣୁ ମହିଳା ଜଣକ ବିସ୍ରାକ ଥାନାରେ ସ୍ୱାମୀଙ୍କ ବିରୋଧରେ କେସ୍ ଦାଖଲ କରିଥିଲେ। ରିପୋର୍ଟ ପଞ୍ଜିକରଣ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରିଥିଲା। ତାଙ୍କ ନିକଟରୁ ଏକ କ୍ୟାମେରା ସହିତ ୧୫ ବର୍ଷର ନାବାଳିକାକୁ ମଧ୍ୟ ଉଦ୍ଧାର କରାଯାଇଥିଲା। ଅନ୍ୟପଟେ ପୋଲିସ ନାବାଳିକାଙ୍କୁ ମେଡ଼ିକାଲ ଚିକିତ୍ସା ପାଇଁ ପଠାଇଥିଲା, ଯେଉଁଥିରେ ବଳାତ୍କାର ହୋଇଥିବା ପ୍ରମାଣିତ ହୋଇଛି। ବଳାତ୍କାର ବିଭାଗ ତଥା ପୋକସୋ ଆକ୍ଟ ଅନୁଯାୟୀ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗିରଫ ପରେ ପୋଲିସ ଅଭିଯୁକ୍ତକୁ କୋର୍ଟରେ ହାଜର କରିଥିଲା ଯେଉଁଠାରୁ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି।