ଦୁଇ ଜଣ ନାବାଳକ ମିଶି ୫ ବର୍ଷର ଶିଶୁକୁ ଜୀବନରୁ ମାରିଦେଲେ : କାରଣ ଜାଣି ଆପଣ ବି ହେବେ ତାଜୁବ୍

ଆଲିଗଡ଼ରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଦୁଇ ଜଣ ନାବାଳକ ଗୋଟିଏ ୫ ବର୍ଷର ଶିଶୁକୁ ହତ୍ୟା କରିଛନ୍ତି । ଆଲିଗଡ଼ର ରଘୁପୁରା ଗାଁର ୧୬ ବର୍ଷର ଏବଂ ୧୩ ବର୍ଷର ଦୁଇ ଜଣ କିଶୋର ନିଯୁକ୍ତିଦାତାଙ୍କ ଠାରୁ ପ୍ରତିଶୋଧ ନେବାକୁ ଯାଇ ତାଙ୍କର ୫ ବର୍ଷର ପୁଅକୁ ହତ୍ୟା କରିଛନ୍ତି ।

ଅଭିଯୁକ୍ତ ଦୁଇ ଜଣଙ୍କ ପିତା ନିଯୁକ୍ତିଦାତାଙ୍କ କ୍ଷେତରେ କାମ କରୁଥିବା ବେଳେ ତାଙ୍କୁ ୩୦ରୁ ୫୦ ଟଙ୍କା ଦିଆଯାଉଥିଲା ଯେଉଁଟାକୁ ନେଇ ସେମାନେ ଅସନ୍ତୁଷ୍ଟ ଥିଲେ । କ୍ରାଇମ ସିରିଏଲ ଦେଖି ଅଭିଯୁକ୍ତ କିଶୋର ଦ୍ୱୟ ଏହି ହତ୍ୟାକାଣ୍ଡ ଘଟାଇଥିଲେ । ତେବେ ଶନିବାର ଦିନ ଉଭୟଙ୍କୁ ନାବାଳକ ବୋର୍ଡ ସମ୍ମୁଖରେ ଉପସ୍ଥାପନ କରିବା ପରେ ସେମାନଙ୍କୁ ଗିରଫ କରାଯାଇ ନାବାଳକ ସଂଶୋଧନ ଗୃହକୁ ପଠାଯାଇଥିଲା ।

ଖବର ଅନୁଯାୟୀ ୫ ବର୍ଷର ଆଦିତ୍ୟକୁ ପ୍ରଥମେ ଅପହରଣ କରାଯାଇଥିଲା ଏବଂ ପରେ ଉଭୟ ଅଭିଯୁକ୍ତ ମିଶି ଗଳା କାଟି ତାକୁ ହତ୍ୟା କରିଥିଲେ । ସୂଚନାଥାଉ ଯେ ମୃତ ଶିଶୁ ଆଦିତ୍ୟର ପିତା ବାଲିଷ୍ଟର ଜାଣିପାରିଲେ ନଥିଲେ ଯେ ଏହି ହତ୍ୟାକାଣ୍ଡ କିଏ କରିଥିଲେ । ତେଣୁ ପ୍ରାଥମିକ ସ୍ତରରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଧାରା ୩୬୩ ଅଧୀନରେ FIR ପଞ୍ଜିକୃତ ହୋଇଥିଲା । ଦୁଇ ଦିନ ପରେ ଏକ ଟ୍ୟୁବୱେଲରୁ ଉକ୍ତ ଶିଶୁର ମୃତଦେହ ଉଦ୍ଧାର କରାଯାଇଥିଲା ।

ପୋଲିସ ଅଧୀକ୍ଷକ ଶୁଭମ ପଟେଲ କହିଛନ୍ତି ଯେ ପଚରାଉଚରା ବେଳେ ଅଭିଯୁକ୍ତମାନେ ଆଦିତ୍ୟକୁ ହତ୍ୟା କରିଛନ୍ତି ବୋଲି ସ୍ୱୀକାର କରିଛନ୍ତି । ସେମାନେ ତାକୁ ତାଙ୍କ ଘର ବାହାରେ ଅପହରଣ କରିଥିଲେ । ସେମାନଙ୍କ କହିବାନୁସାରେ ଆଦିତ୍ୟ ପିତା ଉପରେ ତାଙ୍କ ଅସନ୍ତୋଷ ଥିଲା ତେଣୁ ପ୍ରତିଶୋଧ ନେବାକୁ ଯାଇ ତାଙ୍କ ପୁଅକୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ସେମାନେ । ପୋଲିସ କହିଛି ଯେ ଆଦିତ୍ୟ ତାଙ୍କ ଦୁଇ ଭାଇଭଉଣୀଙ୍କ ଭିତରେ ସାନ ଥିବାରୁ ତାକୁ ଟାର୍ଗେଟ କରିବା ସହଜ ଥିଲା ।

ଅଭିଯୁକ୍ତ କିଶୋରମାନେ ଆଦିତ୍ୟଙ୍କୁ ସୋରିଷ କ୍ଷେତକୁ ନେଇ ସେଠାରେ ତା’ ଗଳା କାଟି ହତ୍ୟା କରିଥିଲେ । ପରେ ଶବକୁ ନିକଟସ୍ଥ ଜଙ୍ଗଲକୁ ନେଇ ଏକ ପ୍ଲାଷ୍ଟିକ୍ ବ୍ୟାଗରେ ପୁରାଇ ଗାତ ଖୋଳି ପୋତି ଦେଇଥିଲେ । ଫେବୃୟାରୀ ୧୪ ରେ ଏକ ତାନ୍ତ୍ରିକ ପୀଡ଼ିତ ପରିବାରକୁ କହିଥିଲା ଯେ ଟ୍ୟୁବୱେଲ ପାଖରୁ ଶିଶୁର ମୃତଦେହ ମିଳିବ, ଯେଉଁ ଖବର ଗାଁ ସାରା ବ୍ୟାପିଗଲା । ଏହା ଶୁଣିବା ପରେ ଅଭିଯୁକ୍ତ ମୃତଦେହକୁ ଗାତରୁ ବାହାର କରି ପ୍ରମାଣ ନଷ୍ଟ କରିବା ପାଇଁ ତା ପୋଷାକ ଏବଂ ଚପଲ ପୋଡ଼ି ଦେବାକୁ ଚେଷ୍ଟା କରିଥିଲେ ​​ଏବଂ ମୃତଦେହକୁ ନିକଟସ୍ଥ ଟ୍ୟୁବୱେଲ ପାଖରେ ଛାଡ଼ି ଦେଇ ଚାଲିଯାଇଥିଲେ ।

Leave a Reply

Your email address will not be published. Required fields are marked *