CHSE: ଫେବୃଆରୀ ୧୬ ରୁ ଆରମ୍ଭ ହେବାକୁ ଯାଉଛି +୨ ପରୀକ୍ଷା। ପ୍ରକାଶ ହେଲା ପରୀକ୍ଷା କାର୍ଯ୍ୟସୂଚୀ

ଫେବୃଆରୀ ୧୬ରୁ +୨ ପରୀକ୍ଷା। ମାର୍ଚ୍ଚ ୨୦ ଯାଏଁ ହେବ +୨ ପରୀକ୍ଷା। ପ୍ରଥମ ଦିନ ଛାତ୍ରଛାତ୍ରୀ ଦେବେ ସାହିତ୍ୟ ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା। କଳା, ବିଜ୍ଞାନ, ବାଣିଜ୍ୟ ପରୀକ୍ଷା ଅନୁଷ୍ଠିତ ହେବ।

ଚଳିତବର୍ଷ ପରୀକ୍ଷା ଦେବେ ୩ଲକ୍ଷ୮୪,୫୯୭ ପିଲା। ଏଥର ଗତବର୍ଷ ତୁଳନାରେ ୨୬ ହଜାର ପିଲା ପରୀକ୍ଷା ଦେବେ। ୧୧୫୦ ସେଣ୍ଟର୍ ସହ ୨୦୨ ହବ ରହିବ।

କପି ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ସ୍କ୍ୱାର୍ଡ ବ୍ୟବସ୍ଥା କୁ ଆଉରି କଡାକଡି କରାଯାଇଛି। ତ୍ରିସ୍ତରୀୟ ସ୍କ୍ୱାର୍ଡ ସହ ଜିଲ୍ଲା ସ୍ତରରେ ରହିବେ ସେଣ୍ଟ୍ରାଲ ସ୍କ୍ୱାର୍ଡ। ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ରୁ ହେବ ଲାଇଭ ଷ୍ଟ୍ରିମିଙ୍ଗ।

୨୦୨୦ ସୁଦ୍ଧା ଯେଉଁମାନେ ଯୁକ୍ତ ୨ ରେ ନାମଲେଖା ଥିଲେ ଅର୍ଥାତ୍ ଏକ୍ସ ରେଗୁଲାର ପିଲାମାନେ ରିଦ୍ୟୁସ ସିଲାବସ୍ ରେ ପରୀକ୍ଷା ଦେବେ। ୨୦୨୦ ପରେ ଯେଉଁମାନେ ଯୁକ୍ତ୨ ରେ ନାମଲେଖାଇଥିବା ଛାତ୍ର ଛାତ୍ରୀ ସତ ପ୍ରତିଶତ ଶିଲାବସ୍ ରେ ଦେବେ ପରୀକ୍ଷା।

ନିଟ ଓ ଜେଇଇ ଆଡଭାନ୍ସ ପରୀକ୍ଷା କୁ ଆଖିରେ ରଖି ଆଗୁଆ ହେଉଚି ବୋର୍ଡ ପରୀକ୍ଷା। ଭବିଷ୍ୟତ ରେ ଏହି ଅନୁଯାୟୀ ହେବ ଆଗୁଆ ପରୀକ୍ଷା।