ମାତ୍ର 28 ବର୍ଷର ଏହି ଯୁବ ପାକିସ୍ତାନୀ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରୁ ହଠାତ୍ ନେଲେ ଅବସର,କାରଣ ନିରାଶା ଜନକ

28-year-old Pakistan’s veteran left-arm bowler Mohammad Amir retired from International Cricket

ପାକିସ୍ତାନର ବାମହାତୀ ଦ୍ରୁତ ବୋଲର ତଥା ଦୁନିଆର ଅନ୍ୟତମ ଶ୍ରେଷ୍ଠ ବୋଲର ମହମ୍ମଦ ଅମୀର ଗୁରୁବାର ହଠାତ୍ ଅବସର ନେଇଛନ୍ତି । ଅବସର ପରେ ମହମ୍ମଦ ଅମୀରଙ୍କ ଏହି ନିଷ୍ପତ୍ତି ସମଗ୍ର ବିଶ୍ୱରେ କ୍ରିକେଟ୍ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ମାତ୍ର 28 ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଅମୀର ପାକିସ୍ତାନ ପାଇଁ 119 ଟେଷ୍ଟ ୱିକେଟ୍, 81 ଟି ODI ଏବଂ 59 ଟି -20 ୱିକେଟ୍ ନେଇଥିଲେ। ସେ ପାକିସ୍ତାନ ପାଇଁ 36 ଟି ଟେଷ୍ଟ, 61 ଟି ODI ଏବଂ 50 ଟି -20 ମ୍ୟାଚ ଖେଳିଥିଲେ।

ଅବସର ହେବାର କାରଣ ହେଉଛି ପାକିସ୍ତାନ କ୍ରିକେଟ୍ ବୋର୍ଡ ଏବଂ ନୂତନ ଦଳ ପରିଚାଳନା ବା ଟିମ ମେନେଜମେଣ୍ଟ । କହିବାନୁସାରେ, ସେ ନୂଆ ଟିମ୍ ମ୍ୟାନେଜମେଣ୍ଟ ଙ୍କ ନୀତି ଉପରେ ନିରାଶ ହୋଇ ଅବସର ନେଇଛନ୍ତି। ତାଙ୍କର ଏହି ନିଷ୍ପତ୍ତି ଲକ୍ଷ ଲକ୍ଷ ପାକିସ୍ତାନୀ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଛି।

ସେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେବା ମାତ୍ରେ ସୋସିଆଲ ମିଡିଆରେ ନିଜର ନିରାଶା ପ୍ରକାଶ କରିଛନ୍ତି। ବିଶେଷକରି ପାକିସ୍ତାନୀ ପ୍ରଶଂସକମାନେ ବହୁତ ଦୁଃଖ ଅନୁଭବ କରି ସୋସିଆଲମିଡ଼ିଆରେ କିଛି ପୋଷ୍ଟ ମଧ୍ୟ ସେୟାର କରିଛନ୍ତି । ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ପ୍ରଶଂସକମାନେ ଦାବି କରିଛନ୍ତି । ଏଥିସହ, କିଛି ପ୍ରଶଂସକ ଏଥିପାଇଁ PCB କୁ ସିଧାସଳଖ ଦାୟୀ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *