ମୋବାଇଲ ଚାର୍ଜ କରୁଥିବା ବେଳେ ୩ ଜଣଙ୍କର ମୃତ୍ୟୁ ; କାରଣ ଜାଣିଲେ ତାଯୁବ ହେବେ….

ସଂସ୍କାର : କୋଲକାତାରେ ଗତ ମଙ୍ଗଳବାର ଦିନ ଭାରି ରକମର ବର୍ଷା ହୋଇଥିଲା। ଏହି ବର୍ଷାର ପ୍ରଭାବରେ କୋଲକାତାର ଘରେ ଘରେ ପାଣି ପଶିଯାଇଥିଲା। ଏହି ଧାରରେ କୋଲକାତା ନିକଟ ଖଡାହାଠାରେ ଏକ ଘର ପାଣିରେ ବୁଡିଯାଇଥିଲା। ଏହି ସମୟରେ, ଘରେ ରହୁଥିବା ଜଣେ ବ୍ୟକ୍ତି ମୋବାଇଲ୍ ଚାର୍ଜ କରିବା ପାଇଁ ସ୍ବେଚି ବୋର୍ଡ ପାଖକୁ ଯାଇଥିଲେ। ତେବେ ସେ ମୋବାଇଲର ଚାର୍ଜର ଲଗାଇ ସ୍ବେଚି ଅନ୍ କରିବା ମାତ୍ରେ କରେଣ୍ଟ୍ ପୁରା ଘରେ ଖେଳିଯାଇଥିଲା ​ ଏବଂ ଏହି କରେଣ୍ଟ ଯୋଗୁଁ ଘରେ ଥିବା ୧୦ ବର୍ଷର ଏକ ବାଳକ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା ​। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ସମସ୍ତ ମୃତଦେହକୁ ବାହାରକୁ ଆଣିଥିଲା।

ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଦିନ କୋଲକାତା ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ବାରାକପୁର ନିକଟ ଖଡାହାଠାରେ ବହୁତ ବର୍ଷା ହୋଇଥିଲା। ବର୍ଷା କାରଣରୁ ଅନେକ ଘର ପାଣିରେ ବୁଡିଯାଇଥିଲା। ରାଜା ଦାସ ନାମକ ଜଣେ ବ୍ୟକ୍ତି ତାଙ୍କ ପରିବାର ସହିତ ଖଡାହାଠାରେ ରହୁଥିଲେ। ଖବର ଅନୁଯାୟୀ ରାଜଦାସଙ୍କ ଘରେ ବର୍ଷା ଜଳ ପ୍ରବେଶ କରି ଅନେକ କୋଠରୀରେ ପାଣି ପଶିଯାଇଥିଲା।

ମୋବାଇଲ୍ ଫୋନ୍ ଚାର୍ଜ କରିବା ପାଇଁ ରାଜା ଦାସ ଇଲେକ୍ଟ୍ରିକାଲ୍ ସକେଟରେ ପ୍ଲଗ୍ କରିବାକୁ ଚେଷ୍ଟା କରିବା ମାତ୍ରେ ସେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ତାଙ୍କ ପତ୍ନୀ ଏବଂ ୧୦ ବର୍ଷର ପୁଅ ରାଜା ଦାସଙ୍କୁ ବଞ୍ଚାଇବା ପାଇଁ ଯାଇଥିଲେ, ଆଉ ତାପରେ ସେମାନେ ମଧ୍ୟ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ଏବଂ ତିନିଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ତେବେ ପୋଲିସ୍ ଶବ ଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଶବ ଗୁଡିକର ଅନ୍ତିମ ସତ୍କାର କରାଯାଇଛି।

Leave a Reply

Your email address will not be published. Required fields are marked *