ସମବାୟ ବିଭାଗର 3 ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଦିଆଗଲା ଅବସର, ଜାଣନ୍ତୁ ସେମାନଙ୍କର ନାମ..

ସଂସ୍କାର : ସମବାୟ ବିଭାଗରେ କାର୍ଯ୍ୟ କରୁଥିବା ତିନିଜଣ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି। ସମବାୟ ଅଡିଟ୍‌ ନିର୍ଦ୍ଦେଶାଳୟ, ଭୁବନେଶ୍ୱରର ସବ୍‌ଆସିଷ୍ଟାଣ୍ଟ ଏଜିସିଏସ୍‌ ମୁକ୍ତେଶ୍ୱର ସୋରେଙ୍ଗ୍‌, ସମବାୟ ସମିତି ସମୂହର ନିବନ୍ଧକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସମବାୟ ସମିତି ନିରୀକ୍ଷକ କେଦାର ଗୌରୀ ପାତ୍ର ଓ ସମବାୟ ସମିତି ସମୂହର ନିବନ୍ଧକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସବ୍‌ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଆଶିଷ କୁମାର ରାଉତଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ସମସ୍ତ ଅଧିକାରୀଙ୍କୁ ୫୦ ବର୍ଷ ହୋଇସାରିଛି। ସେମାନଙ୍କୁ ତିନି ମାସର ଦରମା ଓ ଭତ୍ତା ନିୟମାନୁଯାୟୀ ପ୍ରଦାନ କରାଯିବ। ଓଡ଼ିଶା ସର୍ଭିସ କୋଡ୍‌ର ରୁଲ୍‌-୭୧ର କ୍ଲଜ୍‌(ଏ) ଅନୁଯାୟୀ ସେମାନଙ୍କୁ ସେବାନିବୃତ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *