ଏହି 4 ଭାରତୀୟ କିମ୍ବଦନ୍ତୀ ଚାପରେ ପଡି କ୍ରିକେଟରୁ ନେଇଥିଲେ ସନ୍ୟାସ, No1 ଙ୍କ ବିଦାଇ ସମସ୍ତଙ୍କୁ କରିଥିଲା ଆଶ୍ଚର୍ଯ୍ୟ

4 legends who retire from International cricket due to pressure from fans and media

ଆପଣ ଭଲ ଭାବେ ଜାଣିଥିବେ ଯେ ପ୍ରତ୍ୟେକ କ୍ରିକେଟ ଖେଳାଳି ଙ୍କ କ୍ୟାରିୟର ରେ ଏଭଳି ଏକ ସମୟ ଆସିଥାଏ ଯେ, ସେ ନିଜ କ୍ୟାରିୟରରେ ଯେତେ ସଫଳ ହୋଇଥିଲେ ମଧ୍ୟ ଯଦି ସେ ଭଲ ପ୍ରଦର୍ଶନ କରିବାରେ ବିଫଳ ହୁଅନ୍ତି, ତେବେ ଖରାପ ପ୍ରଦର୍ଶନ ହେତୁ ଦର୍ଶକ ଏବଂ ମିଡ଼ିଆ ଦ୍ୱାରା ସମାଲୋଚନା ମଧ୍ୟ ହୋଇଥାନ୍ତି। ଏଭଳି ପରିସ୍ଥିତିରେ ଚାପରେ ଆସି ଖେଳ ରୁ ଅବସର ଘୋଷଣା କରି ଥାନ୍ତି, ଠିକ ସେହି ଭଳି ଟିମ୍ ଇଣ୍ଡିଆର ଏହି 4 ଜଣ କିମ୍ବଦନ୍ତୀ ଖେଳାଳିଙ୍କୁ ସେମାନଙ୍କ କ୍ରିକେଟ୍ କ୍ୟାରିୟରରୁ ଅବସର ନେବାକୁ ପଡିଥିଲା, ତେବେ ଆସନ୍ତୁ ଜାଣିବା ସେମାନଙ୍କ ନାମ।

4. ଅନିଲ କୁମ୍ବଲେ।

ଟେଷ୍ଟ ଏବଂ ODI ରେ ଭାରତର ସର୍ବୋଚ୍ଚ ୱିକେଟ୍ ନେଇଥିବା ବୋଲର, କିମ୍ବଦନ୍ତୀ ଲେଗ୍ ସ୍ପିନର ଅନିଲ କୁମ୍ବଲେଙ୍କର ଏକ ସମୟ ଥିଲା ଯେତେବେଳେ ସେ ଗୋଟିଏ କିମ୍ବା ଦୁଇଟି ୱିକେଟ୍ ନେବା ପାଇଁ ବହୁତ ମ୍ୟାଚ ଅପେକ୍ଷା କରିବାକୁ ପଡୁଥିଲା, କିନ୍ତୁ ସମୟ କ୍ରମେ ଚାପରେ ପଡି ତାଙ୍କୁ କ୍ରିକେଟ୍ କ୍ୟାରିୟରରୁ ଅବସର ନେବାକୁ ପଡିଥଲା।

3. VVS ଲକ୍ଷ୍ମଣ ।

କିମ୍ବଦନ୍ତୀ ଟେଷ୍ଟ କ୍ରିକେଟ୍ ଭେଟେରାନ୍ ତଥା ଭାରତୀୟ ଦଳର ମହାନ ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ ମଧ୍ୟ ଏପରି ଏକ ଖରାପ ସମୟରେ ଗତି କରିଥିଲେ ଯେତେବେଳେ ସେ ନିଜ ବ୍ୟାଟ୍ ସହିତ ପ୍ରଦର୍ଶନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ ଏବଂ ଖରାପ ପ୍ରଦର୍ଶନ ହେତୁ ତାଙ୍କୁ ଦର୍ଶକ ଏବଂ ମିଡ଼ିଆ ଦ୍ୱାରା ସମାଲୋଚନା ର ଶିକାର ହେବାକୁ ପଡିଥିଲା ଏବଂ ବାଧ୍ୟ ହୋଇ କ୍ରିକେଟ୍ କ୍ୟାରିୟରରୁ ମଧ୍ୟ ଅବସର ନେବାକୁ ପଡିଥିଲା।

2. ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି।

ଭାରତୀୟ ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି 2008 ମସିହାରେ ତାଙ୍କ କ୍ୟାରିୟରରେ ଏଭଳି ଏକ ପର୍ଯ୍ୟାୟ ଥିଲା ଯେତେବେଳେ ତାଙ୍କର ପ୍ରଦର୍ଶନ କେବଳ ପ୍ରଶଂସକଙ୍କୁ ନିରାଶ କରିନଥିଲା ବରଂ ଦାଦା ନିଜେ ମଧ୍ୟ ଅତ୍ୟନ୍ତ ନିରାଶ ହୋଇ ପଡିଥିଲେ ଏବଂ ସମାଲୋଚନା ପରେ ସେ ମଧ୍ୟ ଏଥିରୁ ଅବସର ନେବାକୁ ପଡିଥିଲା।

1. ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି।

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସଫଳତା ବିଷୟରେ ସମସ୍ତେ ଜାଣନ୍ତି, ସେ ଅନେକ ସଫଳତା ହାସଲ କରିଛନ୍ତି, କିନ୍ତୁ 2019 ବିଶ୍ୱକପ ରନ ଆଉଟ ପରେ ପ୍ରାୟ ବହୁ ଦିନ ପଡିଆକୁ ଓଲ୍ହାଇନଥିଲେ ଏବଂ ଯେତେବେଳେ ତାଙ୍କୁ ପରବର୍ତ୍ତୀ ସିରିଜ ପାଇଁ ଦଳରୁ ବାହାର କରି ଦିଆ ଯାଇଥିଲା, ଯଦି ବା ସେ ଟିମ୍ ପାଇଁ ବ୍ୟକ୍ତିଗତ କାରଣ ପାଇଁ ଉପଲବ୍ଧ ନଥିଲେ।

ଏବଂ ଏହା ପରେ ସେ ଦଳରୁ ନିଖୋଜ ହୋଇଯାଇଥିଲେ, ସେତେବେଳେ ସେ ଖେଳରୁ ସମ୍ପୂର୍ଣ ଭାବରେ ପ୍ରାୟ ଦେଢ଼ ବର୍ଷ ପାଇଁ ଦୁରେଇ ରହିଥିଲେ। ଏବଂ ତା’ପରେ ଯେତେବେଳେ ତାଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଥିଲା, ଏଭଳି କି ସନ୍ୟାସ ନେବା କଥା ବି ଚର୍ଚ୍ଚା ହେବାରେ ଲାଗିଥିଲା ଠିକ ସେତେବେଳେ ଧୋନି ହଠାତ୍ ଅନ୍ତର୍ଜାତୀୟ କ୍ରିକେଟ୍ କୁ ଅବିଶ୍ୱାସନୀୟ ଭାବେ ଅବସର ନେବା ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ।

Leave a Reply

Your email address will not be published. Required fields are marked *