ସଂସ୍କାର: ସାପ ! ଏହି ଜନ୍ତୁର ନାଁ ଶୁଣିଲେ ସମସ୍ତ ମନୁଷ୍ୟ ସମାଜ ଭୟଭୀତ ହୋଇଥାନ୍ତି। କାରଣ ସାପ କାମୁଡ଼ିଲେ ଜୀବନ ବଞ୍ଚିବା ଚାଞ୍ଚ୍ ବହୁତ କମ ରହିଥାଏ। ତେବେ ନିକଟରେ ଏକ ଭିଡ଼ିଓ ଭାଇରାଲ୍ ହେଉଛି। ଯେଉଁଥିରେ କି ଗୋଟିଏ ଘରୁ ପାଖାପାଖି 44ଟି ନାଗ ସାପର ଛୁଆଁ ଉଦ୍ଧାର ହୋଇଛନ୍ତି।
ସୁଚନା ଅନୁଯାୟୀ, ଭାଇରାଲ୍ ହେଉଥିବା ଭିଡ଼ିଓଟି ଭଦ୍ରକ ଜିଲ୍ଲାର ଅଶ୍ରୁଳୀର ବୋଲି ଜଣାପଡ଼ିଛି। ଏଠାରେ ଜଣକ ଘର ଭିତରେ ସାପ ଅନେକ ଅଣ୍ଡା ଦେଇଛି ଏବଂ ସେ ଅଣ୍ଡା ରୁ ଛୁଆ ବାହାର କରି ଘର ଯାକ ବୁଲିବାକୁ ଲାଗିଲେ।

ଏହି ଜିଲ୍ଲାର ଜଣେ ବ୍ୟକ୍ତି ଘରେ କିଛି ସାପ ଛୁଆ ବୁଲୁଥିବାର ନଜର ଆସିଥିଲା ତେବେ ସେମାନେ ଏହା ଦେଖି ସାପ ଉଦ୍ଧାର କାରି ମିର୍ଜା ଏମଡି ଆରିଫ ଙ୍କୁ ଡାକିଥିଲେ। ତେବେ ସେ ଆସିବା ପରେ ଘରର ଅନେକ ରୁମ ରେ ଖୋଳା ଖୋଳି କରିବା ଦ୍ୱାରା ସେଠି ତାଙ୍କୁ ନାଗ ସାପ ଦେଇଥିବା ଅଣ୍ଡା ଏବଂ ଛୁଆ ମିଳିଲା ତେବେ ସେ ସେହି ଗୁଡିକୁ ବହୁତ ଆରାମ ରେ ଏକ ବାଲ୍ଟି ଭିତରେ ପଶେଇ ଜଂଗଲ ରେ ଛାଡି ଦେଇଥିଲେ ।
ତେବେ ମୋଟ ୪୩ ଟି ସାପ ଛୁଆ ଏବଂ ୪୪ ଟି ଅଣ୍ଡା ମିଳିଥିଲା ତେବେ ଏହି ଦୃଶ୍ୟ ବହୁତ ଭୟାନକ ଥିଲା ଏବଂ ଏହା ଦୁଇଟି କୋବ୍ରା ବା ନାଗ ସାପ ର ଛୁଆ। ତେବେ ତାଙ୍କର କହିବା କଥା ହେଉଛି ସାପ ମାନେ ଅନେକ ସ୍ଥାନରେ ମିଳିଥାଏ କିନ୍ତୁ କିଛି ଲୋକ ଏହାକୁ ମାରି ଦିଅନ୍ତି ଏବଂ କିଛି ଲୋକଙ୍କ ଭିତରେ ଆଜି ବି ମାନବିକତା ରହିଛି ତେଣୁ ତାକୁ ଉଦ୍ଧାର କରିବା କଥା ଭାବିଥାନ୍ତି।