କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟର ଏହି ୧୦ଟି ଜିଲ୍ଲାରେ ୪୮ ଘଣ୍ଟିଆ ସଟଡ଼ାଉନ-୨ ଆରମ୍ଭ

ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ଦୁଇ ଦିନିଆ ସଟଡ଼ାଉନ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଜୁଲାଇ ମାସରେ ସଟଡ଼ାଉନ-୨ ର ଆଜି ପ୍ରଥମ ସପ୍ତାହ । ଏହି କଟକଣା ଆଜି ଶନିବାର ସକାଳ ୬ ଟାରୁ ଆରମ୍ଭ ହେଇ ସୋମବାର ସକାଳ ୬ଟା ଯାଏଁ ୧୦ ଟି ଜିଲ୍ଲାରେ ବଳବତ୍ତର ରହିବ । ଏହି ୪୮ ଘଣ୍ଟିଆ ସଟଡ଼ାଉନ ବେଳେ କେବଳ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଦେଲେ ଅନ୍ୟ ସେବାଗୁଡ଼ିକ ବନ୍ଦ ରହିବ ।

ସଟଡାଉନ-୨ ପାଇଁ ଘୋଷଣା କରାଯାଇଥିବା ୧୦ଟି ଜିଲ୍ଲା ହେଲେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, ବାଲେଶ୍ଵର, ମୟୂରଭଞ୍ଜ, ଝାରସୁଗୁଡ଼ା ଓ କେନ୍ଦୁଝର । ଏସବୁ ଜିଲ୍ଲାଗୁଡ଼ିକରେ ଅଧିକ କଟକଣା କରିବା ପଛର କାରଣ ହେଉଛି କରୋନାର ମାତ୍ରାଧିକ ସଂକ୍ରମଣ ।

ସପ୍ତାହରେ ଦୁଇ ଦିନ ଶନିବାର ଏବଂ ରବିବାର ସଟଡ଼ାଉନ ଜାରି ରହିଲେ ସୁଦ୍ଧା ଅତ୍ୟାବଶ୍ୟକ କ୍ଷେତ୍ରରେ ଯାତାୟତ କରିପାରିବାର ସୁବିଧା ରହିଛି । ସରକାର ଏ ନେଇ ରାଜ୍ୟବାସୀଙ୍କୁ ଅନୁମତି ଦେଇଛନ୍ତି ଯଦିଓ ପୋଲିସ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଅନାବଶ୍ୟକ ଯାତାୟତ ଉପରେ ରୋକ୍ ଲଗାଇଛି ।

Leave a Reply

Your email address will not be published. Required fields are marked *