ଆଜିର ପାଞ୍ଚଟି ବଡ଼ ଖବର (ସଂକ୍ଷେପରେ)

୧- ରାଜ୍ୟରେ ପ୍ରଥମ ଥର ପାଇଁ କରୋନା ଆକ୍ରାନ୍ତ ହେଲେ ଜଣେ ପୋଲିସ କର୍ମଚାରୀ । ଆଜି ଗୋଟିଏ ଦିନରେ ୧୦୨ ମାମଲା ସାମ୍ନାକୁ ଆସିଥିବାବେଳେ କଟକରେ ଜଣେ ୭୫ ବର୍ଷର ବୃଦ୍ଧଙ୍କ ମୃତ୍ୟୁ । ମୃତ୍ୟୁ ସଂଖ୍ୟା ବଢି ୬ ହେଲା ।

୨- ଦୁର୍ବଳ ହେଇସାରିଥିବା ମହାବାତ୍ୟା ଅମ୍ଫାନ ବର୍ତ୍ତମାନ ପାରାଦୀପଠାରୁ ୪୨୦ କିଲୋମିଟର ଦୂରରେ । ଆରମ୍ଭ ହେଇଯାଇଛି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝିପିଝିପି ବର୍ଷା । ସମୁଦ୍ର ଉପକୂଳରେ ଘଣ୍ଟା ପ୍ରତି ୫୫ ରୁ ୭୫ କିଲୋମିଟର ବେଗରେ ବହିଲାଣି ପବନ ।

୩- କରୋନା ସ୍ଥିତିର ଆଲୋଚନାକୁ ନେଇ କଂଗ୍ରେସ ଅଧକ୍ଷ ସୋନିଆ ଗାନ୍ଧୀ ତରଫରୁ ବିରୋଧୀ ଦଳର ବୈଠକ ଡକରା : ଆସନ୍ତା ଶୁକ୍ରବାର ମଇ ୨୨ ତାରିଖ ଦିନ ଅପରାହ୍ନ ୩ ଟା ବେଳେ ଅନୁଷ୍ଠିତ ହେବ ଏହି ସ୍ଵତନ୍ତ୍ର ବୈଠକ ।  

୪- ବିଶ୍ଵ ସ୍ୱାସ୍ଥ୍ୟ ଅଧିବେଶନ ଚାଲିଥିଲାବେଳେ ଆମେରିକାକୁ ନେଇ ଚୀନର ବଡ଼ ପ୍ରତିକ୍ରିୟା : ଆମେରିକା ନିଜର ଦୋଷ ଲୁଚେଇବାକୁ ଚେଷ୍ଟା କରୁଛି ବୋଲି ଚୀନର ବୈଦେଶିକ ମନ୍ତ୍ରାଳୟ ତରଫରୁ କୁହାଯାଇଛି ।

୫- ଲକ୍ଷେ ଟପିଲା ଭାରତରେ କରୋନା ମାମଲା । ସେପଟେ ସୁସ୍ଥ ହେଇ ଘରକୁ ଫେରିଲେ ୩୯,୦୦୦ରୁ ଅଧିକ ରୋଗୀ । ଅନ୍ୟ ଦେଶ ତୁଳନାରେ ଦେଶର ମାମଲା ଅଭିବୃଦ୍ଧି ହାର ରହିଛି ୫.୧, ଲକ୍ଷେ ମାମଲା ପାଇଁ ଲାଗିଲା ୬୪ ଦିନ ।

Leave a Reply

Your email address will not be published. Required fields are marked *