ଏହି 5 ଜଣ ଭାରତୀୟ ଖେଳାଳିଙ୍କ ଟେଷ୍ଟ କ୍ୟାରିୟର ହୋଇଯିବ ଶେଷ ! ଜାଣନ୍ତୁ କାହିଁକି ଓ ସେମାନଙ୍କ ନାମ

5 Indian Players Whose Test Careers Might End if if do not show up in England tour

ଶାର୍ଦ୍ଦୁଲ ଠାକୁର ।

ଶାର୍ଦ୍ଦୁଲ ଠାକୁର ଏପର୍ଯ୍ୟନ୍ତ ମାତ୍ର 2 ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ସେ 2018 ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିଥିଲେ। ଅଷ୍ଟ୍ରେଲିଆ ଟୁର୍ ରେ ସେ ଚତୁର୍ଥ ଟେଷ୍ଟରେ ସୁଯୋଗ ପାଇଥିଲେ, ଯେଉଁଥିରେ ସେ 7 ଟି ୱିକେଟ୍ ନେଇ ବହୁ ପ୍ରଶଂସା ପାଇ ଥିଲେ । ହେଲେ କିନ୍ତୁ ଅଧିକ ରନ୍ ଦେଇ ଥିବାରୁ ଶାର୍ଦ୍ଦୁଲଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଥିଲା । ଇଂଲଣ୍ଡର ଭାରତ ଗସ୍ତ ସମୟରେ ମଧ୍ୟ ସେ ଗୋଟିଏ ଟେଷ୍ଟ ଖେଳିବାର ସୁଯୋଗ ପାଇ ନଥିଲେ। ଯଦି ସେ ଇଂଲଣ୍ଡରେ ଟେଷ୍ଟ ମ୍ୟାଚ୍ ଖେଳନ୍ତି, ତେବେ ତାଙ୍କୁ ଏହି ସୁଯୋଗକୁ ହାତ ଛଡା ନକରି ଭା ପଦର୍ଶନ କରିବାକୁ ପଡିବ, ନଚେତ୍ ସେ ODI ଏବଂ T20 ରେ ହିଁ ସୀମିତ ରହିଜିବେ ।

ରିଦ୍ଧିମାନ ସାହା।

ଟେଷ୍ଟରୁ ଏମଏସ ଧୋନିଙ୍କ ଅବସର ପରେ ରିଦ୍ଧିମାନ ସାହା ଏହି ଫର୍ମାଟ ପାଇଁ ଚୟନକର୍ତ୍ତାଙ୍କ ପ୍ରଥମ ପସନ୍ଦ ଥିଲେ, କିନ୍ତୁ ଗତ ଦୁଇଟି ଟେଷ୍ଟ ସିରିଜରେ ରୀଷଭ ପନ୍ତଙ୍କ ଚମତ୍କାର ପ୍ରଦର୍ଶନ ପରେ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା ହୋଇ ଗଲା। ସାହାଙ୍କୁ ଇଂଲଣ୍ଡରେ ନିଜର ସର୍ବୋତ୍ତମ ଦେବାକୁ ପଡିବ ନଚେତ୍ ଅବସର ତାଙ୍କ ପାଇଁ ଏକମାତ୍ର ବିକଳ୍ପ ହିଁ ହେବ ।

ହନୁମା ବିହାରୀ ।

ହନୁମା ବିହାରୀ ପୁଣି ଥରେ ଏକ ଟେଷ୍ଟ ସ୍ପେଶାଲିଷ୍ଟ ଭାବରେ ଦଳରେ ସାମିଲ ହୋଇଛନ୍ତି । ସେ ଅଷ୍ଟ୍ରେଲିଆ ଟୁର୍ ରେ 5 ଇନିଂସରେ 16, 8, 21, 4, ଏବଂ 23 * ରନ୍ ସ୍କୋର କରିଥିଲେ । ତେବେ ସିଡନୀ ଟେଷ୍ଟରେ ସେ ଅପରାଜିତ ରହିଥିଲେ, ଯେଉଁଥିପାଇଁ ତାଙ୍କୁ ଉଚ୍ଚ ପ୍ରଶଂସା କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ପ୍ରତ୍ୟେକ ପରିସ୍ଥିତିରେ ଇଂଲଣ୍ଡରେ ଭଲ ପଦର୍ଶନ ଦେଖାଇବାକୁ ପଡିବ ନଚେତ୍ ଚୟନକର୍ତ୍ତାମାନେ ଅନ୍ୟ ବିକଳ୍ପ ଦେଖିପାରନ୍ତି ଏବଂ ଅନ୍ୟ ଖେଳାଳିଙ୍କୁ ମଧ୍ୟ ସୁଯୋଗ ଦେଇପାରନ୍ତି।

ମୟଙ୍କ ଅଗ୍ରୱାଲ।

ମୟଙ୍କ ଅଗ୍ରୱାଲ ଏପର୍ଯ୍ୟନ୍ତ ଭାରତୀୟ ମାଟିରେ 5 ଟି ଟେଷ୍ଟ ଖେଳିଛନ୍ତି ଏବଂ ଏହି ସମୟ ମଧ୍ୟରେ ସେ ହାରାହାରି 99.5 ରନ୍ କରି 597 ରନ୍ କରିଛନ୍ତି। କିନ୍ତୁ ସେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଗସ୍ତରେ ଫ୍ଲପ୍ ହୋଇ ଥିଲେ । ତାଙ୍କୁ ବିଦେଶୀ ମାଟିରେ ନିଜର ଦକ୍ଷତା ଦେଖାଇବାକୁ ପଡିବ ନଚେତ୍ ଶୁଭମନ ଗିଲଙ୍କ ଉପସ୍ଥିତିରେ ତାଙ୍କୁ ଦଳରୁ ବାହାର କରି ଦିଆ ଯାଇପାରେ ।

କେଏଲ ରାହୁଲ।

ଅଗଷ୍ଟ 2019 ଠାରୁ କେଏଲ ରାହୁଲ ଗୋଟିଏ ବି ଟେଷ୍ଟ ମ୍ୟାଚ୍ ଖେଳି ନାହାଁନ୍ତି। ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟ ସିରିଜରେ ସେ ସୁଯୋଗ ପାଇନଥିଲେ। ଇଂଲଣ୍ଡ ଗସ୍ତ ପାଇଁ ତାଙ୍କୁ ଭାରତୀୟ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି, କିନ୍ତୁ ଏଥିପାଇଁ ତାଙ୍କୁ ପୂର୍ଣ୍ଣ ଫିଟନେସ ସହ ଭଲ ପଦର୍ଶନ କରିବାକୁ ପଡ଼ିବ ନଚେତ୍ ପରବର୍ତୀ ସମୟରେ ପୃଥିବ ଶା ଙ୍କୁ ବିକଳ୍ପ ଖେଳାଳି ଭାବେ ନେବାକୁ ଚୟନ କର୍ତା ବାଧ୍ୟ ହେବେ । ଏଭଳି ପରିସ୍ଥିତିକୁ ଦେଖି ଦୀର୍ଘତମ ଫର୍ମାଟ ବା ଟେଷ୍ଟ ମ୍ୟାଚ୍ ରେ ରାହୁଲଙ୍କ ସ୍ଥାନ ବିପଦରେ ବୋଲି କହିବା ଭୁଲ ହେବ ନାହିଁ। ତେବେ ସେ ODI ଏବଂ T20 ପାଇଁ ଟିମ୍ ଇଣ୍ଡିଆର ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି।

Leave a Reply

Your email address will not be published. Required fields are marked *