ସଂସ୍କାର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାଲିଗଲା ୫ ଜଣଙ୍କ ଜୀବନ। ଏକ ଯାତ୍ରୀବାହୀ ଅଟୋକୁ କୋଇଲା ବୁଝେଇ ଟ୍ରକ୍ ଚାପିଦେଲା । ଏହି ଦୁଃଖଦ ଘଟଣା ଘଟିଛି କାମାକ୍ଷାନଗର ଦେଇ ଯାଇଥିବା NH-53 ପଥରଖମ୍ବ ଛକ ନିକଟରେ।
ଗତକାଲି ଭୋର ପ୍ରାୟ ୫ଟା ସମୟରେ ଘଟିଛି ଏହି ଅଘଟଣ। ମହୁଲ ଟୋଲ ପେଶିବାକୁ ମୁକ୍ତାପଶି ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା । ସମସ୍ତ ମୃତକ ସ୍ଥାନୀୟ ବାଙ୍ଗୁରା ଗାଁର ବୋଲି ସୂଚନା ରହିଛି । ଦୁର୍ଘଟଣା ପରେ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି ।
ସେପଟେ ସ୍ଥାନୀୟ ଲୋକେ ଟ୍ରକଟିକୁ ଅଟକ ରଖି ରାସ୍ତା ଅବରୋଧ କରିଥିଲେ। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ଥିବା ସୂଚନା ମିଳିଛି ।