ବୟସ ୫ ବର୍ଷ, ପ୍ରତିଭା ବିରଳ କୁନି ମୁଣ୍ଡରେ ବିରାଟ ଜ୍ଞାନ ନିଜର ବିରଳ ପ୍ରତିଭା ପାଇଁ ଏବେ ଚର୍ଚା ସୃଷ୍ଟି କରିଛନ୍ତି ଏହି କୁନି ବାଳକ। ମାତ୍ର ୧ମିନିଟ ୨୫ ସେକେଣ୍ଡ ରେ କହୁଛନ୍ତି ଅନେକ ପଶୁପକ୍ଷୀଙ୍କର ବୈଜ୍ଞାନିକ ନାମ। ନିଜର ଏଭଳି ବିଚକ୍ଷଣ ବୁଦ୍ଧି ପାଇଁ ସେ ଏବେ ବିଶ୍ୱରେକର୍ଡ କରିଛନ୍ତି। ଆଉ ତାଙ୍କ ନାଁ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଛି।
ବ୍ରହ୍ମପୁର ଅଂଚଳର ପାଞ୍ଚ ବର୍ଷର ଶିଶୁ ହରେକୃଷ୍ଣ ପାତ୍ର। ହରେକୃଷ୍ଣଙ୍କ ବାପା ବାଙ୍ଗାଲୋରରେ ରହି ଚାକିରୀ କରୁଛନ୍ତି ଆଉ ମା ଜଣେ କଲେଜ ଶିକ୍ଷୟତ୍ରୀ। କରୋନା କଟକଣା ଯୋଗୁ ତାଙ୍କ ମା ଘରେ ରହି ଅନଲାଇନ ଶିକ୍ଷା ପ୍ରଦାନ କରୁଛନ୍ତି।

ଆଉ ସେ ମାଙ୍କୁ ଦେଖି ଦେଖି ସବୁ ବୈଜ୍ଞାନିକ ନା ମାନଙ୍କୁ ମନେ ରଖିଦେଇଥିଲେ। ମା ମଧ୍ୟ ପୁଅର ଏଭଳି ପ୍ରତିଭା ଦେଖି ତାଙ୍କୁ ତାଲିମ ଦେଇଥିଲେ। ଆଉ ଏବେ ସେ ୨୫ ସେକେଣ୍ଡ ରେ ୩୫ଟି ବୈଜ୍ଞାନିକ ନାମ କହିଦେଉଛନ୍ତି।
ବାଳକଟିର ଏହି ଚମତ୍କାର ଜ୍ଞାନକୁ ନଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ। ୟୁକେଜି ରେ ପାଠପଢି କଲେଜ ପିଲାଙ୍କ ପାଠକୁ ମନେ ରଖୁଛନ୍ତି ଏହି ୫ବର୍ଷିୟ ବାଳକ। ଫଟାଫଟ କହୁଛନ୍ତି ଫଳ ଠୁ ଫୁଲ ଆରମ୍ଭ କରି ସମସ୍ତଙ୍କ ବୈଜ୍ଞାନିକ ନା।
ହରେକୃଷ୍ଣଙ୍କର ଏହି ବିରଳ ପ୍ରତିଭା ଦେଖି ବେଶ ଗର୍ବିତ ଅଛନ୍ତି ବାପା ମା ଆଉ ସ୍ଥାନୀୟ ଅଂଚଳରେ ଏବେ ଚର୍ଚା ସୃଷ୍ଟି କରିଛନ୍ତି ଏହି କୁନି ବାଳକ।