ସଂସ୍କାର : ଚୋରି କରିବାର ବି ଏକ ସୀମା ଥାଏ। ଆଉ ଯେତେବେଳେ ଗୋଟିଏ ଚୋର କିମ୍ବା ଡ଼କାୟତ କିଛି ବସ୍ତୁ କିମ୍ବା ଟଙ୍କା ପଇସା ଚୋରି କରି ନିଅନ୍ତି ସେମାନେ ସେହି ମୂଲ୍ୟବାନ ବସ୍ତୁକୁ ଲୋକଙ୍କ ଦୃଷ୍ଟିରୁ ଦୁରେଇ ରଖିଥାନ୍ତି। ଏମିତିକି ପୋଲିସକୁ ଯେମିତି ସେହି ଜିନିଷର ସନ୍ଧାନ ନ ମିଳିବ ସେହିଭଳି ଏକ ସ୍ଥାନ ଚୟନ କରି ଚୋର ତାହାର ଚୋରି କରିଥିବା ଜିନିଷକୁ ରଖିଥାଏ। କିନ୍ତୁ ନିକଟରେ ଜଣେ ମହିଳା ସୁନା ଚୋରି କରି ଚର୍ଚ୍ଚାକୁ ଆସିଛନ୍ତି।
ଆସାମର ବୋକାଜାନରେ ପୋଲିସ ସୁନା ଚୋରାଚାଲାଣ ଅଭିଯୋଗରେ ଜଣେ ମହିଳାଙ୍କ ସହ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି। ତେବେ ମହିଳା ତାଙ୍କ ପ୍ରାଇଭେଟ ପାର୍ଟରେ ୫୦୦ ଗ୍ରାମ ସୁନା ଲୁଚେଇ ନେଉଥିଲେ ବୋଲି ଜଣାପଡ଼ିଛି। କୌଣସି ଏକ ସୂତ୍ରରୁ ପୋଲିସକୁ ସୂଚନା ମିଳିଥିଲା ଯେ, ବୋକାଜାନରେ ସୁନା ଚୋରାଚାଲାଣ ହେବାର ସମ୍ଭାବନା ଅଛି । ଏହି ସୂଚନା ଆଧାରରେ ପୋଲିସ ତଲାସି ଅଭିଯାନ କଡ଼ାକଡ଼ି କରିଥିଲା ଓ ଚୋରାଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇଥିଲା । କୋହିମାରୁ ଗୁଆହାଟି ଯାଉଥିବା ଏକ ବସରେ ସମ୍ପୃକ୍ତ ଦୁଇଜଣ ଅଭିଯୁକ୍ତ ଯାଉଥିବା ସମୟରେ ତାଙ୍କୁ ଗିରଫ କରାଯାଇଛି।
ପୋଲିସ ଅନୁଯାୟୀ, ସମ୍ପୃକ୍ତ ମହିଳା ସୁନାକୁ ଚତୁରତାର ସହିତ ନିଜ ପ୍ରାଇଭଟ ପାର୍ଟରେ ଲୁଚାଇ ନେଉଥିଲେ। ଯାହାଫଳରେ କେହି ସନ୍ଦେହ କରିବେନି ଓ ସହଜରେ ସୁନାକୁ ଚଲାଣ କରାଯାଇ ପାରିବ। ଏହି ଚାଲାଣକାରୀମାନେ ସୁନାକୁ ବିକ୍ରି କରିବା ପାଇଁ ମଣିପୁର ଇମ୍ଫାଲରୁ ଗୁଆହାଟିକୁ ନେଇ ଯାଉଥିଲେ। ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଏହି ଚୋରାଚାଲାଣ ବିଷୟରେ ଅଧିକ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।
ଏହି ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଜେଲ୍ ପଠାଇ ଦେଇଛି। ଏପରି ଘଟଣା ଯେପରି ଭବିଷ୍ୟତରେ ନଘଟେ ସେଥିପାଇଁ ସ୍ୱତନ୍ତ୍ର ରଣନୀତି ପୋଲିସ ପ୍ରସ୍ତୁତ କରିଛି। ଆଗାମୀ ସମୟରେ ତଲାସି ଅଭିଯାନ କଡ଼ାକଡ଼ି କରିବା ସହିତ ଅଧିକ ପୋଲିସ କର୍ମଚାରୀଙ୍କୁ ନିୟୋଜନ କରାଯିବ ବୋଲି ପୋଲିସ କହିଛି।