ଫେସବୁକରେ ଲେଖିଲେ,’ବୋଧେ ଏହା ହେଉଛି ଶେଷ ଗୁଡ଼ ମର୍ଣ୍ଣିଂ …’ : ଲେଖିବାର ୩୬ ଘଣ୍ଟା ପରେ କରୋନା ଜିତି ଗଲା

ସାରା ଦେଶରେ କରୋନାର ଭୟଙ୍କର ପରିସ୍ଥିତ ଦେଖିବାକୁ ମିଳୁଛି । କରୋନା ଭାଇରସର ଏହି ଦ୍ଵିତୀୟ ତରଙ୍ଗ ମାତ୍ରାଧିକ ବିପଦର ଆଭାସ ଦେଉଛି । ଏ ସମୟରେ ପୁଣିଥରେ ସାମ୍ନାକୁ ଆସିଛି ଜଣେ ଡାକ୍ତରଙ୍କ ମୃତ୍ୟୁ । କରୋନା ଯୋଗୁଁ ଅନେକ ଡାକ୍ତର ପ୍ରାଣ ହରାଇ ଥିବାବେଳେ ନିକଟରେ ଫେସବୁକରେ ବିଦାୟର ଏକ ଭାବପ୍ରବଣ ପୋଷ୍ଟ ଲେଖିବାର ମାତ୍ର ୩୬ ଘଣ୍ଟା ପରେ ଆଉଜଣେ ଡାକ୍ତର ବିଦାୟ ନେଇଛନ୍ତି ।

ସେଭରୀ ଟିବି ହସ୍ପିଟାଲର ୫୧ ବର୍ଷୀୟ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୀଷା ଯାଦବଙ୍କ ସୋମବାର ଦିନ ରାତିରେ କରୋନାରେ ଦେହାନ୍ତ ହୋଇଛି । ସବୁଠାରୁ ଦୁଃଖର ବିଷୟ ଏହା ଯେ ଫେସବୁକକୁ ବିଦାୟ ଦେବାର ମାତ୍ର ୩୬ ଘଣ୍ଟା ପରେ ସେ ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇ ଯାଇଛନ୍ତି ।

ରବିବାର ଦିନ ସେ ଫେସବୁକରେ ଏକ ପୋଷ୍ଟ କରିଛନ୍ତି, “ଏହା ହୁଏତ ଶେଷ ଶୁଭ ସକାଳ ହୋଇପାରେ । ମୁଁ ହୁଏତ ଆପଣଙ୍କୁ ଏହି ପ୍ଲାଟଫର୍ମରେ ପୁଣିଥରେ ସାକ୍ଷାତ କରି ନପାରେ । ସମସ୍ତେ ଧ୍ୟାନ ରଖନ୍ତୁ । ଶରୀର ମରିଯାଇଛି । ଆତ୍ମା ​​ନୁହେଁ । ଆତ୍ମା ​​ଅମର ।”

ସୂଚନାଥାଉ ଯେ ମୃତ ଡାକ୍ତର ମନୀଷା ଯକ୍ଷ୍ମା ଚିକିତ୍ସାରେ ବିଶେଷଜ୍ଞ ଥିଲେ ଏବଂ ସେଭରୀ ଟିବି ହସ୍ପିଟାଲରେ କାର୍ଯ୍ୟରତ ଥିଲେ । ସେପଟେ ଅପ୍ରେଲ ୨୧, ୨୦୨୧ରୁ ସାରା ଦେଶରେ କରୋନା ସଂକ୍ରମଣ ସବୁ ରେକର୍ଡ ଭାଙ୍ଗିବାରେ ଲାଗିଛି । ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରଥମ ଥର ପାଇଁ ପ୍ରାୟ ୩ ଲକ୍ଷ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି, ଯେତେବେଳେ କି ମୃତ୍ୟୁହାର ବି ରେକର୍ଡ ଭାଙ୍ଗିଛି ।

Leave a Reply

Your email address will not be published. Required fields are marked *