ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବା ବେଳେ ଗହଳିରୁ ୬ ବର୍ଷ ବାଳକକୁ ଝାମ୍ପିନେଲା ଚିତାବାଘ, ଅକାଳରେ ହେଲା ମୃତ୍ୟୁ…

ସଂସ୍କାର : ମାତିଛନ୍ତି ଚିତାବାଘ। ଆଉ ଚିତାବାଘର ଆକ୍ରମଣରେ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇସାରିଛି। ନବରଙ୍ଗପୁର ଜିଲ୍ଲା ରାଇଘର ତୁରୁଡିହି ଗାଁରେ ବାଘ ଆତଙ୍କ। ବାଘ ଆକ୍ରମଣରେ ଜଣେ ୬ ବର୍ଷୀୟ ନାବାଳକର ମୃତ୍ୟୁ ହୋଇଥିବା ଜଣାପଡିଛି। ଅନ୍ୟପଟେ ମୃତ ବାଳକର ନାମ ଅମିତ ମର୍କାମ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ନିଜ ପରିବାର ସହିତ ଅମିତ ଛତିଶଗଡର ଶିହୱା ଶୀତଳ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ସେହି ସମୟରେ ହଠାତ୍ ଏକ ଚିତାବାଘ ଆକ୍ରମଣ କରିଥିଲା। ଜୀବନ ବଂଚାଇବାକୁ ସମସ୍ତେ ଦୌଡିଥିଲାବେଳେ ମାତ୍ର ଅମିତ ବାଘ ମୁହଁରେ ପଡିଯାଇଥିଲା।

ତାପରେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଅମିତକୁ ଚିତାବାଘ ଟାଣି ନେଇ ପାହାଡକୁ ଚାଲିଯାଇଥିଲା। ତେବେ ବନ ବିଭାଗ ଅଧିକାରୀ ଓ ସ୍ଥାନୀୟ ଶିହୱା ପୋଲିସ ସହାୟତାରେ ଅମିତକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତରଖାନାରେ ପହଁଚିବା ପରେ ସେଠାରେ ଡାକ୍ତର ଅମିତକୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *