ସଂସ୍କାର : ଜଣେ ୬ ବର୍ଷର କୁନି ଝିଅକୁ ପ୍ରଥମେ ବଳାତ୍କାର ପରେ ତାର ହତ୍ୟା କରାଯାଇଛି। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଘଟିଛି ଏହି ଲଜ୍ୟାଜନକ ଘଟଣା। ଏଠାରେ ଜଣେ ୬ ବର୍ଷର କୁନି ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଜଣାପଡିଛି। ଆଉ ଏହି କାଣ୍ଡ ଘଟାଇବା ପରେ ଅପରାଧୀ ଫେରାର୍ ଅଛି। ଅନ୍ୟପଟେ ବର୍ତ୍ତମାନ ହାଇଦ୍ରାବାଦ ନଗର ପୋଲିସ ବଳାତ୍କାର ଓ ହତ୍ୟା କରି ଫେରାର୍ ଥିବା ଅଭିଯୁକ୍ତ ପି ରାଜୁ ଧରିବା ପାଇଁ ଜାଲ ବିଛେଇଛି। ରାଜୁ ବିଷୟରେ ଯେଉଁ ବ୍ୟକ୍ତି ସୂଚନା ଦେବ ତାକୁ 10 ଲକ୍ଷ ଟଙ୍କା ପୁରସ୍କାର ଭାବରେ ଦିଆଯିବ ବୋଲି ପୋଲିସ୍ ଘୋଷଣା କରିଛି।
ସେପ୍ଟେମ୍ବର ୯ ତାରିଖ ଦିନ ହାଇଦ୍ରାବାଦ ସହରର ସୟଦାବାଦ ଅଞ୍ଚଳରେ ଥିବା ସିଙ୍ଗାରେନି ବସ୍ତିର ଏକ ୬ ବର୍ଷର କୁନି ଝିଅକୁ ବଳାତ୍କାର କରି ହତ୍ୟା କରିଥିଲା ପି. ରାଜୁ ନାମକ ଜଣେ ବ୍ୟକ୍ତି। ତେବେ ୩୦ ବର୍ଷୀୟ ରାଜୁ ଏହି ଝିଅର ପୋଡ଼ଶୀ ହୋଇଥିବାରୁ ସେ ଝିଅଟିକୁ ବଳାତ୍କାର କରି ନିଜ ଘରେ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ରଖିଥିଲା। ଆଉ ଝିଅଟିର ମୃତଦେହକୁ ଉଦ୍ଧାର କରିଥିଲା ପୋଲିସ୍।
ଏହି ଘଟଣା ଘଟିବା ପରେ ହାଇଦ୍ରାବାଦ ପୋଲିସ ଦାବି କରିଥିଲା ଯେ ଅଭିଯୁକ୍ତକୁ କିଛି ଘଣ୍ଟା ମଧ୍ୟରେ ଧରାଯିବ, କିନ୍ତୁ ସନ୍ଦିଗ୍ଧ ବ୍ୟକ୍ତି ଏବେ ବି ଫେରାର୍ ଅଛି ଏବଂ ପୋଲିସ ଅପରାଧୀକୁ ଖୋଜୁଛି। ତେବେ ଅଭିଯୁକ୍ତକୁ ଗତ ସେପ୍ଟେମ୍ବର ୧୦ ତାରିଖ ଦେଖାଯାଇଥିଲା। ଯାହାର ସିସିଟିଭି କ୍ୟାମେରାର ରେକର୍ଡ ପୋଲିସ୍ ହାତରେ ଲାଗିଛି।
ଅନ୍ୟପଟେ ପୋଲିସ ଅଭିଯୁକ୍ତର ଫଟୋ ପ୍ରକାଶ କରିଛି ଏବଂ ଅଭିଯୁକ୍ତ ବିଷୟରେ ଯେଉଁ ବ୍ୟକ୍ତି ସୂଚନା ପ୍ରଦାନ କରିବ ତାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ହାଇଦ୍ରାବାଦ ପୋଲିସ୍।