ଚିନ୍ତାର ବିଷୟ, ଓଡ଼ିଶାର ଏହି ସହରରେ ଚିହ୍ନଟ ହେଲା ଷଷ୍ଠ କରୋନା ପଜିଟିଭ, ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର

କୋଭିଡ଼-୧୯ ପଜିଟିଭ ସଂଖ୍ୟାରେ ଯୋଡ଼ିହେଲେ ଆଉଜଣେ । ବ୍ୟକ୍ତି ଜଣକ ଦିଲ୍ଲୀ ଫେରନ୍ତା ହୋଇଥିଲାବେଳେ କଟକ ବାସିନ୍ଦା ବୋଲି ସୂଚନା ମିଳିଛି । କଟକରେ ରାଜ୍ୟର ୬ଷ୍ଠ କରୋନା ପଜିଟିଭ ଚିହ୍ନଟ ହୋଇଛି ବୋଲି ଟ୍ଵିଟରରେ ଟ୍ଵିଟ କରି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।  

ଆକ୍ରାନ୍ତ ବ୍ୟକ୍ତି ଜଣକ କାହା ସଂସ୍ପର୍ଶରେ ଆସିଛନ୍ତି କି ସେକଥା ମାଲୁମ ନାହିଁ, ତଥାପି ସେ ନେଇ ଛାନଭିନ ଆରମ୍ଭ ହୋଇସାରିଲାଣି । ଆଜି କଟକରେ ୬ଷ୍ଠ କରୋନା ପଜିଟିଭ ଚିହ୍ନଟ ପରେ ରାଜ୍ୟ ସରକାରଙ୍କ ଶଟ୍ ଡାଉନ୍‌ ରେ କଟକ ବି ସାମିଲ ହେଲା ।

Leave a Reply

Your email address will not be published. Required fields are marked *