ଗୋଟିଏ ଜାହାଜରୁ ଚିହ୍ନଟ ହେଲେ ୮ଶହ କରୋନା ସଂକ୍ରମିତ, ଚିନ୍ତାରେ ଅନ୍ୟ ୪,୬୦୦ ଜଣ ଯାତ୍ରୀ, ଦେଖନ୍ତୁ ଭିଡ଼ିଓ….

ସଂସ୍କାର : ପୁଣି ବଢୁଛି କରୋନା ଆତଙ୍କ। ଦିନକୁ ଦିନ ବଢି ବଢି ଚାଲିଛି କରୋନାର ସଂକ୍ରମିତଙ୍କ ସଂଖ୍ୟା। ତେବେ ଏହି କରୋନା ରୋଗକୁ ନେଇ ଏକ ଅଜବ ଆଶ୍ଚର୍ଯ୍ୟ କରିବା ଭଳି ଖବର ସାମ୍ନାକୁ ଆସିଛି। ଆଉ ଏହି ଖବରଟି ହେଲା ଗୋଟିଏ ଜାହାଜରୁ ପାଖାପାଖି ୮୦୦ ରୁ ଉର୍ଦ୍ଧ୍ଵ ଲୋକ କରୋନା ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି। ତେବେ ୮୦୦ ରୁ ଉର୍ଦ୍ଧ୍ଵ ଲୋକ କରୋନା ସଂକ୍ରମିତ ଭାବେ ଚିହ୍ନଟ ହେବା ପରେ ଜାହାଜରେ ଯାତ୍ରା କରୁଥିବା ଅନ୍ୟ ୪,୬୦୦ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଚିନ୍ତାରେ।

ଜାତୀୟ ଗଣମାଧ୍ୟମ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ, ଅଷ୍ଟ୍ରେଲିଆର ଏକ ଜାହାଜରୁ ୮୦୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଜାହାଜଟିକୁ ଅଷ୍ଟ୍ରେଲିୟାର ସିଡନୀରେ ଡକ୍ କରାଯାଇଛି । ମାଜିଷ୍ଟିକ୍ ପ୍ରିନ୍ସସେସ୍ ନାମକ ଏକ ଜାହାଜଟି ନ୍ୟୁଜଲ୍ୟାଣ୍ଡରୁ ୪୬୦୦ ଯାତ୍ରୀ ଓ ଚାଳକଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିଲେ । ଯାତ୍ରାର ୧୨ ଦିନ ମଧ୍ୟରେ ଏତେ ସଂଖ୍ୟାକ କରୋନା ପଜିଟିଭ୍ ଲୋକଙ୍କ ଚିନ୍ତା ବଢାଇଛି ।

ବହୁସଂଖ୍ୟକ କରୋନା ରୋଗୀ ଚିହ୍ନଟ ପରେ ଜାହାଜରେ ଥିବା ଅନ୍ୟ ଯାତ୍ରୀ ମଧ୍ୟ ଆତଙ୍କିତ ହୋଇଛନ୍ତି । ତେବେ ଆକ୍ରାନ୍ତଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି । ଯେଉଁମାନେ କ୍ୱାରେଟିନ୍ରେ ରହିବେ ସେମାନଙ୍କୁ ଜାହାଜର କର୍ମଚାରୀ ମାନେ ସହାୟତା ପ୍ରଦାନ କରିବେ ବୋଲି କମ୍ପାନୀ ଘୋଷଣା କରିଛି ।

ଏହା ପୂର୍ବରୁ ୨୦୨୦ ମସିହା ଆରମ୍ଭରୁ ଏକ ଜାହାଜରୁ ୯୦୦ କରୋନାରୋଗୀ ଚିହ୍ନଟ ହୋଇଥିଲେ । ଏଥିରେ ୨୮ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ପୁଣି ଏତେ ସଂଖ୍ୟା ରୋଗୀ ଚିହ୍ନଟ ହେବା ଘଟଣା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ବଢିଛି ।

Leave a Reply

Your email address will not be published. Required fields are marked *