ସ୍ୱାସ୍ଥ୍ୟ ସଚିବ ଦେଲେ ବଡ଼ ଚେତାବନୀ : ସାମାଜିକ ଦୂରତା, ମାସ୍କକୁ ଫାଙ୍କିଲେ ଜଣେ ସଂକ୍ରମିତ ବ୍ୟକ୍ତି ସଂକ୍ରମଣ କରିପାରେ …

ବିଶ୍ଵ ସାରା କରୋନାର ଦ୍ଵିତୀୟ ତରଙ୍ଗର ଭୟାବହତା ଦେଖା ଦେଇଛି । ଚାରିଆଡ଼େ ସଂକ୍ରମଣ ତଥା ମୃତକଙ୍କ ସଂଖ୍ୟା ବୃଦ୍ଧି ସମସ୍ତଙ୍କୁ ଚିନ୍ତାରେ ପକାଇଲାଣି । ତେବେ ଏଭଳି ପରିସ୍ଥିତିରେ ମାସ୍କ ନପିନ୍ଧିବା ଏବଂ ସାମାଜିକ ଦୂରତାକୁ ଅବଜ୍ଞା କଲେ କରୋନା ସଂକ୍ରମଣର ଆଶଙ୍କା ୯୦ ପ୍ରତିଶତ ବଢିଯିବ ବୋଲି ଆଶଙ୍କା ରହିଛି । ଯଦି ଜଣେ ସଂକ୍ରମିତ ବ୍ୟକ୍ତି ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧା ନିୟମ ଉଲଂଘନ କଲେ ମାସକ ଭିତରେ ୪୦୬ ଜଣଙ୍କୁ ସେ ସଂକ୍ରମିତ କରିପାରେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଲବ ଅଗରୱାଲ ସୂଚନା ଦେଇଛନ୍ତି ।

କରୋନା ସଂକ୍ରମଣ ସର୍ଭେର ଦୃଷ୍ଟାନ୍ତ ଦେଇ ସ୍ୱାସ୍ଥ୍ୟ ସଚିବ ଚେତେଇ ଦେଇଛନ୍ତି ଯେ ଯଦି ଜଣେ ସୁସ୍ଥ ବ୍ୟକ୍ତି ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତାକୁ ଗୁରୁତ୍ଵ ଦେବେ ତାହାଲେ ପ୍ରାୟ ୩୦ ପ୍ରତିଶତ ସଂକ୍ରମଣକୁ ଏଡ଼ାଇ ଦେଇହେବ । କିନ୍ତୁ ଏହି ନିୟମ ନମାନିଲେ ମାସକ ଭିତରେ ସେହି ସଂକ୍ରମଣ ସଂଖ୍ୟା ୨.୫ ପ୍ରତିଶତ ଖସି ଆସିବ ।

ତେବେ ମିଳିଥିବା ରିପୋର୍ଟ ଅନୁସାରେ ଦେଶରେ ଲଗାତର ପଞ୍ଚମ ଥର ପାଇଁ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଅତିକ୍ରମ କରିଛି । ସେପଟେ କେନ୍ଦ୍ର ସରକାର କହିଛନ୍ତି ଏବେ ଘରେ ଓ ବାହାରେ ସବୁଠି ମାସ୍କ ପିନ୍ଧିବା ନିହାତି ଜରୁରୀ । ଏହାସହିତ ବର୍ତ୍ତମାନ ସମୟ ଆସିଗଲା ଯେ ଆମକୁ ଘରେ ବି ମାସ୍କ ପିନ୍ଧିବାକୁ ପଡ଼ିବ ଏବଂ ଅତି ଆବଶ୍ୟକ ନହେଲେ ଅତିଥିଙ୍କୁ ଘରକୁ ଆସିବାକୁ ମନା କରିବାକୁ ପଡ଼ିବ ବୋଲି ଶ୍ରୀ ପାଲ୍ କହିଛନ୍ତି ।

ସଂକ୍ରମଣର ତୀବ୍ରତା ଏବଂ ଭୟାବହତାକୁ ସାମ୍ନାରେ ରଖି ଶ୍ରୀ ପାଲ୍ ଆହୁରି ମଧ୍ୟ କହିଛନ୍ତି ଯେ ଏପର୍ଯ୍ୟନ୍ତ ଘରୁ ପଦାକୁ ଗଲାବେଳେ ମାସ୍କ ଲଗାଇବାକୁ କୁହାଯାଉଥିଲା ହେଲେ ଏଣିକି ସଂକ୍ରମିତ ବ୍ୟକ୍ତିଙ୍କ ସହିତ ବାକି ପରିବାରର ଅନ୍ୟମାନେ ବି ମାସ୍କ ପିନ୍ଧିବା ଜରୁରୀ । ଏହାସହିତ ସଂକ୍ରମିତ ବ୍ୟକ୍ତିଙ୍କୁ ତୁରନ୍ତ ସଂଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ସେପଟେ ଦିଲ୍ଲୀ AIIMS ମୁଖ୍ୟ ଡା. ରଣଦୀପ ଗୁଲେରିଆ କହିଛନ୍ତି ଯେ କରୋନା ରିପୋର୍ଟକୁ ଅପେକ୍ଷା ନକରି ଲକ୍ଷଣ ଦେଖା ଦେଲା କ୍ଷଣି ନିଜକୁ ଆଇସୋଲେଟ କରନ୍ତୁ । RTPCR ରିପୋର୍ଟ ଭୁଲ୍‌ ବି ହୋଇପାରେ ।

Leave a Reply

Your email address will not be published. Required fields are marked *