କଥାରେ ଅଛି “ବେଳେବେଳେ ଛୋଟିଆ ଅଙ୍ଗଭଙ୍ଗୀ ବି ସବୁଠାରୁ ଅଧିକ ଗୁରୁତ୍ତ୍ଵ ବହନ କରିଥାଏ” । ଏହି ବାକ୍ୟକୁ ସିଦ୍ଧ କରିଛନ୍ତି ମୁମ୍ବାଇର ୯୯ ବର୍ଷ ବୟସ୍କା ବୃଦ୍ଧା ଜଣକ, ଯାହାଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଟ୍ୱିଟରରେ ଜାହିଦ୍ ଏଫ୍ ଇବ୍ରାହିମଙ୍କ ଦ୍ୱାରା ଶେୟାର କରାଯାଇଥିବା ଏହି ଭିଡ଼ିଓରେ ବୃଦ୍ଧା ଜଣକ କିପରି ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରୁଛନ୍ତି ତାହା ଦର୍ଶାଯାଇଛି । କ୍ୟାପସନରେ ଇବ୍ରାହିମ ଲେଖିଛନ୍ତି ଯେ ଭିଡ଼ିଓରେ ଦେଖାଯାଇଥିବା ବୃଦ୍ଧ ମହିଳା ହେଉଛନ୍ତି ତାଙ୍କର ଫୁପି (ମାଉସୀ) ଏବଂ ସେ ମୁମ୍ବାଇରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ପ୍ୟାକେଟ ପ୍ରସ୍ତୁତ କରୁଛନ୍ତି । ରୁଟି ସାଙ୍ଗରେ ଲଗେଇ ଖାଇବାକୁ ରଖି ସେ ଅତି ଯତ୍ନ ସହଜାରେ ଆଲୁମିନିୟମ୍ ଫଏଲ୍ ସାହାଯ୍ୟରେ ସେସବୁକୁ ଗୁଡ଼ାଇ ରଖୁଛନ୍ତି ।
ଦିନକ ପୂର୍ବରୁ ଶେୟାର ହୋଇଥିବା ଏହି ଭାଇରାଲ ଭିଡ଼ିଓ ଲୋକମାନଙ୍କ ମଧ୍ୟରେ ଏକ ଉତ୍ସାହ ସୃଷ୍ଟି କରିଛି ଓ ୧.୬ ଲକ୍ଷରୁ ଅଧିକ view ସଂଗ୍ରହ କରିଛି । ଏହାବ୍ୟତୀତ ୧୧,୦୦୦ ରୁ ଅଧିକ like ଏବଂ ପାଖାପାଖି ୧୭୦୦ re-twit ମଧ୍ୟ ଲାଭ କରିଛି । ପ୍ରଶଂସନୀୟ ମନ୍ତବ୍ୟରେ ପୋଷ୍ଟଟି ବୁଡ଼ିଯାଇଛି । ପ୍ରତିକ୍ରିୟାରେ କିଛି ଲୋକ “ସମ୍ମାନ” ଶବ୍ଦ ଲେଖିଥିଲେ ଓ ଭିଡ଼ିଓରେ ଫୋଲଡ୍ ହ୍ୟାଣ୍ଡ ଇମୋଜି ଦେଇଥିଲେ । ଅନେକ ଲେଖିଛନ୍ତି ଯେ ଏହି ବୃଦ୍ଧ ମହିଳା ପ୍ରକୃତରେ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ।