ପୌରାଣିକ ଧାରାବାହିକ ରାମାୟଣର ଅଭିନେତା ଏହି କାରଣରୁ ଫେରି ଯାଇଥିଲେ ଭିଟାମାଟିକୁ, ହେଲେ ଲୋକମାନେ ଆଜି ତାଙ୍କୁ ଖୋଜୁଛନ୍ତି

ମୁମ୍ବାଇ : ରାମାନନ୍ଦ ସାଗରଙ୍କ ଦ୍ଵାରା ନିର୍ମିତ ରାମାୟଣ ପୁଣିଥରେ ଲୋକଙ୍କ ମନରେ ଘର କରିଛି । ଏହି ପୌରଣିକ ଧାରାବାହିକରେ କାମ କରିଥିବା ପ୍ରତ୍ୟେକ ଅଭିନେତାଙ୍କୁ ଲୋକମାନେ ଏବେ ଖୋଜୁଛନ୍ତି । ଏଇ ସମୟରେ ଯେଉଁ ଅଭିନେତାଙ୍କୁ ନେଇ ସର୍ବାଧିକ ମାଇମସ୍ ତିଆରି ହେଇଛି ସେମାନଙ୍କ ମଧ୍ୟରେ ପ୍ରମୁଖ ହେଉଛନ୍ତି ଅସଲମ୍ ଖାନ୍ । ଆଶ୍ଚର୍ଯ୍ୟର କଥା ଏହିକି ଯେ ଯେଉଁ ଅଭିନେତା ବହୁ ବର୍ଷ ପୂର୍ବରୁ ଇଣ୍ଡଷ୍ଟ୍ରି ଛାଡି ଗାଁକୁ ଫେରିଯାଇଥିଲେ ଆଜି ଲୋକମାନେ ତାଙ୍କୁ ହିଁ ଅଧିକ ଖୋଜୁଛନ୍ତି ।

ରାମାୟଣରେ ଅସଲମ ଖାନ ଅନେକ ଭୂମିକାରେ ଦେଖିବାକୁ ମିଳିଥିଲେ । କେତେବେଳେ ତାଙ୍କୁ କେଉଁ ରାଜାଙ୍କ ସହିତ ମନ୍ତ୍ରୀ ଭୂମିକାରେ ଦେଖିବାକୁ ମିଳିଥିଲା ତ କେତେବେଳେ ସମୁଦ୍ର ଦେବତାଙ୍କ ବେଶରେ ସାମ୍ନାକୁ ଆସୁଥିଲେ । ଏମିତିକି କେତେଟା ଦୃଶ୍ୟରେ ତ ରାମ ଚରିତ୍ରରେ ଅଭିନୟ କରୁଥିବା ରାମ ଭୂମିକାରେ ଅଭିନୟ କରୁଥିବା ଅରୁଣ ଗୋବିଲଙ୍କ ବଡି ବିଲଡର ଚରିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । କୁହାଯାଏ ଯେ ରାମାୟଣରେ ସେ ସବୁଠାରୁ ଅଧିକ ଚରିତ୍ରରେ ଭୂମିକା ଗ୍ରହଣ କରିଥିଲେ ।

ଉତ୍ତରପ୍ରଦେଶର ଝାନସୀ ନିବାସୀ ଅସଲମ ଖାନ ନିଜ ଉପରେ ନିର୍ମିତ ମାଇମସ୍ ନେଇ ନିକଟରେ ଏକ ସାକ୍ଷାତକାର ଦେଇଛନ୍ତି । ସେ କହିଛନ୍ତି ଯେ ତାଙ୍କୁ ନିଜକୁ ହିଁ ବିଶ୍ଵାସ ହେଉନି ଯେ ଆଜି ଲୋକମାନେ ତାଙ୍କୁ ଏତେ ପସନ୍ଦ କରୁଛନ୍ତି ବୋଲି । ସେ କହିଲେ ଯେ ରାମାୟଣରେ କାମ କରିବା ପୂର୍ବରୁ ଜଣେ ଆକାଉଣ୍ଟାଣ୍ଟ ଭାବରେ କାମ କରୁଥିଲେ କିନ୍ତୁ ଅଭିନୟ ପ୍ରତି ଅନୁରାଗ ଥିଲା । ଏହି ସମୟରେ ତାଙ୍କୁ ବିକ୍ରମ ବେତାଳରେ କାମ ମିଳିଲା । ଏହାପରେ ସେ ରାମାନନ୍ଦ ସାଗରଙ୍କ ନିର୍ମିତି ରାମାୟଣରେ କାମ କଲେ ।

କିନ୍ତୁ ସବୁଠୁ ଅଧିକ ଚମକେଇଲା ଭଳି କଥା ହେଲା ରାମାୟଣରେ କିଛି ବର୍ଷ କାମ କରିବା ପରେ କାମ ନମିଳିବା ପରିସ୍ଥିତି ଯୋଗୁ ସେ ଫେରି ଯାଇଛନ୍ତି ତାଙ୍କ ଗାଁକୁ । ଶେଷଥର ସେ ୨୦୦୨ ମସିହାରେ ଅଭିନୟ କାମ କରିଥିଲେ ଓ ଏହାପରେ ସେ ଉତ୍ତର ପ୍ରଦେଶ ଫେରିଯାଇଥିଲେ । ଯଦିଓ ଆଜି ତାଙ୍କୁ ଅନୁଭବ ହେଉଛି ଯେ ଲୋକମାନେ ତାଙ୍କ କାମକୁ ପସନ୍ଦ କରୁଛନ୍ତି । ଏ ଅର୍ଥରେ ତାଙ୍କୁ ସେତେବେଳେ କାମ ମିଳିବା କଥା କିନ୍ତୁ ସବୁବେଳେ ସେପରି ହୁଏନି ଯାହା ହେବା ଉଚିତ୍ ।

Leave a Reply

Your email address will not be published. Required fields are marked *