ଉତ୍ତର ପ୍ରଦେଶର ବାରାବାଙ୍କିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା ଯେଉଁଠି ପୁଅ ତାଙ୍କ ପତ୍ନୀଙ୍କ ସହିତ ମିଶି ନିଜ ବାପାକୁ ଗଛରେ ପ୍ରଥମେ ବାନ୍ଧି ଦେଇଥିଲେ । ତାପରେ ଏକ ଧାରୁଆ ଅସ୍ତ୍ରରେ ବାପାର ଗଳା କାଟି ବାପାଙ୍କୁ ହତ୍ୟା କରିଥିଲେ । ସବୁ ସମ୍ପତ୍ତି ନିଜ ନାଁରେ ଲେଖି ଦେବାକୁ ବାପା ଉପରେ ବାରମ୍ବାର ଚାପ ପକାଉଥିଲେ ପୁଅ ଏବଂ ଏହି କାରଣରୁ ବାପପୁଅ ଭିତରେ ଅନେକବାର ଝଗଡ଼ା ବି ହୋଇଛି ବୋଲି ସ୍ଥାନୀୟ ଲୋକଙ୍କ କହିଛନ୍ତି ।
ରିପୋର୍ଟ ଅନୁସାରେ ବାରାବାଙ୍କିର ଫତହପୁର ଗାଁରେ ଘଟିଛି ଏଇ ବିଭତ୍ସ ଘଟଣା । ମୃତ ବ୍ୟକ୍ତିଙ୍କ ନାମ ଶ୍ରୀରାମ ଗୌତମ (୫୫ ବର୍ଷ) ଯାହାକୁ ତାଙ୍କ ଜନ୍ମକଲା ପୁଅ ମନୋଜ ଗଛରେ ବାନ୍ଧି ଅତି ନିର୍ମମ ଭାବରେ ହତ୍ୟା କରିଛି । ଦୀର୍ଘ ଦିନ ଧରି ସମ୍ପତ୍ତି ନେବାକୁ ବାପାଙ୍କ ଉପରେ ଚାପ ପକାଉଥିଲା ଏବଂ ଏଥିରେ ବିଫଳ ହେବାରୁ ଶୁକ୍ରବାର ସେ ଘଟାଇଛି ଏପରି ଘଟଣା । ବିବାଦରୁ ଆରମ୍ଭ ହୋଇଥିବା କଥା ଯାଇ ଛିଣ୍ଡିଥଲା ହତ୍ୟାରେ । ଘଟଣା ସ୍ଥଳରେ ହିଁ ଶ୍ରୀରାମଙ୍କର ମୃତ୍ୟୁ ହୋଇଯାଇ ଥିଲ। ।

ଘଟଣା ପରେ ଅଭିଯୁକ୍ତ ପୁଅ ମନୋଜ ପତ୍ନୀ ସହିତ କେଉଁଆଡ଼େ ଫେରାର ହୋଇଯାଇଥିଲା । ସ୍ଥାନୀୟ ଲୋକେ ଖବର ଦେବାରୁ ପୋଲିସ ଆସି ପହଞ୍ଚିଥିଲା ଘଟଣାସ୍ଥଳରେ ଏବଂ ତଦନ୍ତ ଆରମ୍ଭ କରିଥିଲା । ତେବେ ଖୋଜାଖୋଜି କରି ଶେଷରେ ଅଭିଯୁକ୍ତ ମନୋଜ ଓ ତାଙ୍କ ପତ୍ନୀଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି ।