ଫ୍ୟାଶନ୍ ଟ୍ରେଣ୍ଡ ସବୁବେଳେ ଚକିତ କରେ । ନୂଆ ନୂଆ ଜିନିଷକୁ ବ୍ୟବହାରକୁ ଆଣିବା ଓ ତାକୁ ନୂଆ ଲୁକ୍ ଦେଇ ଗ୍ରାହକଙ୍କ ପାଖରେ ଟ୍ରେଣ୍ଡ୍ କରିବା ସେତେ ସହଜ ବି ନୁହେଁ । ତେବେ ଫ୍ୟାଶନ୍ ଜଗତରେ ଏବେ ନୂଆ ଟ୍ରେଣ୍ଡ ଏଣ୍ଟ୍ରି କରିଛି ଯାହାକୁ ଜାଣିଲେ ଆପଣଙ୍କ ପାଟି ବି ଆଁ ହେଇ ରହିଯିବ । ଆଜ୍ଞା, ହଁ, ଆଳୁ ଅଖାରୁ ପ୍ୟାଣ୍ଟ ବା ଟ୍ରାଉଜର୍ ଏବେ ଫ୍ୟାଶନ୍ ଜଗତକୁ ଏଣ୍ଟ୍ରି ମାରିଛି ।
IPS ଅଫିସର ଅରୁଣ ବୋଥ୍ରା ନିଜ ଟ୍ୱିଟର ହ୍ୟାଣ୍ଡେଲରେ କିଛି ଦିନ ତଳେ ଏକ ଅଖା ପ୍ୟାଣ୍ଟର ଫଟୋ ଶେୟାର କରିଥିଲେ । ଫଟୋ କ୍ୟାପସନରେ ସେ ଲେଖିଛନ୍ତି ‘ଠିକ୍ ଅଛି’ । ଫଟୋରେ ଏହି ଫ୍ଲେୟାର୍ଡ ପ୍ୟାଣ୍ଟଟି ଡୋରି ସାହାଯ୍ୟରେ ଏକ ମାନିକୁଇନ୍ର ଅଣ୍ଟାରେ ପିନ୍ଧାଯାଇ ଥିବାବେଳେ ଏ ଅଜବ ଟ୍ରେଣ୍ଡକୁ ନେଇ ୟୁଜର୍ସମାନଙ୍କର ଅସଂଖ୍ୟ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

IAS ଅଫିସର ଅୱନିଶ ଶରଣ, IPS ଅଫିସର ଅରୁଣ ବୋଥ୍ରାଙ୍କ ଟ୍ୱିଟ୍ର ଉତ୍ତରରେ ଅଖା ପ୍ୟାଣ୍ଟର ପଛପଟର ଫଟୋ ଶେୟାର କରିଛନ୍ତି । କେବଳ ସେତିକି ନୁହେଁ ସେ ଫଟୋ ସାଙ୍ଗରେ କ୍ୟାପ୍ସନରେ ଲେଖିଛନ୍ତି ଯେ ସମ୍ପୂର୍ଣ୍ଣ ସ୍ୱଦେଶୀ କୌଶଳରେ ନିର୍ମିତ ଘରୋଇ ଉତ୍ପାଦ ।

ଏଭଳି ଏକ ଅଜବ ଫ୍ୟାଶନ୍କୁ ଥଟ୍ଟା କରି IFS ଅଫିସର ପରଭିନ କାସୱାନ ଲେଖିଛନ୍ତି ଯେ ‘ମୋ ମା’ ଏହାକୁ ନଦେଖନ୍ତୁ, ନଚେତ୍ ୨-୪ଟା ପୁରୁଣା ଚିନି ଅଖାରୁ ଏଭଳି ପ୍ୟାଣ୍ଟ ପ୍ରସ୍ତୁତ କରିଦେବେ ।’ ତେବେ କେତେଜଣ ୟୁଜର୍ସ ଏ ନୂଆ ଟ୍ରେଣ୍ଡ୍ ନେଇ ଖୁସି ବି ଅଛନ୍ତି କାରଣ ପୂର୍ବେ ଝୋଟ ବ୍ୟାଗ୍ ଥିଲା । ଜଣେ ୟୁଜର୍ସ ତ ଏମିତି ଲେଖିଛନ୍ତି ଯେ ଯଦି ଏହି ଏହି ଅଖା ପ୍ୟାଣ୍ଟରେ ଏମ୍ବ୍ରୋଡୋରି ହୋଇଥାନ୍ତା ତାହେଲେ ବହୁତ ସୁନ୍ଦର ଦିଶିଥାନ୍ତା ।