କେ.ଏସ. ଶ୍ରୀ ରାଜହଂସ ତଥା ଆଇପିଏସ ଅଫିସର ଅମିତାଭ ଠାକରୁରଙ୍କ ଶଶୁର ପରଲୋକ ଗମନ କରିଛନ୍ତି । ସେ ୧୯୬୩ ବ୍ୟାଚର ଜଣେ ସଫଳ ଆଇପିଏସ ଅଫିସର ଥିଲେ । କିଛି ବର୍ଷ ତଳେ ଚାକିରୀ ରୁ ଅବସର ନେଇଥିଲେ ଏବଂ କର୍କଟ ରୋଗରେ ପିଡିତ ଥିଲେ । ସେ ମୁମ୍ବାଇରେ ଚିକିତ୍ସାଧିନ ଅବସ୍ଥାରେ ଥିଲାବେଳେ କଲି ତାଙ୍କର ମୃତ୍ୟୁ ହୋଇଯାଇଛି ।
ଏହି ଘଟଣା ପରେ ପ୍ରଶାସନିକ ମହଲରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ରାଜହଂସ ଜଣେ ଅତି ଭଦ୍ର ଓ ମେଳାପୀ ଅଫିସର ଥିଲେ । ତାଙ୍କ ଚାକିରି କାଳ ମଧ୍ୟରେ ସେ ବିଭିନ୍ନ ପଦପଦବୀରେ ବେଶ ସଫଳତାର ସହ କାର୍ଯ୍ୟ କରିଥିଲେ ।
ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଜଙ୍ଗଲ ବିଭାଗରେ ସେ ଗ୍ରହଣ କରିଥିବା କିଛି ପଦକେ୍ଷପକୁ ଏବେ ବି ତାଙ୍କ ସହ କାମ କରିଥିବା ଅଧିକାରୀମାନେ ଝୁରୁଛନ୍ତି । ଜଙ୍ଗଲ ଆଇନ କାନୁନ ଭିଷୟରେ ସେ ଥିଲେ ଅତି ବିଚକ୍ଷଣ । ସବୁଠାରୁ ବଡ କଥା ହେଉଛି ସେ ଥିଲେ ଜଣେ ଲୋକକୈନ୍ଦ୍ରିକ ପ୍ରଶାସକ । ଯେଉଁଥିପାଇଁ ସେ ଯେଉଁଠି ବି କାମ କଲେ ସେଠାରେ ସେ ସୁନାମ ଅର୍ଜନ କରିଛନ୍ତି ।