ଭୁବନେଶ୍ୱର: ମାର୍ଚ୍ଚ ୨୬ରେ ହେବ ରାଜ୍ୟସଭା ନିର୍ବାଚନ । ନିର୍ବାଚନରେ ଓଡ଼ିଶା ପାଇଁ ଥିବା ୪ଟି ଖାଲି ଆସନ ପୂରଣ ପାଇଁ ପାର୍ଥୀମାନେ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ କରିପାରିବେ । ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ମାର୍ଚ୍ଚ ୧୩ ବୋଲି ଏକ ବିଜ୍ଞପ୍ତିରେ ପ୍ରକାଶ ପାଇଛି ।
୧୭ଟି ରାଜ୍ୟର ୫୫ଟି ଆସନ ପାଇଁ ନିର୍ବାଚନ କରିବାକୁ କିଛି ଦିନ ତଳେ ନିର୍ବାଚନ କମିଶନ ଘୋଷଣା କରିଥିଲେ । ସଂଖ୍ୟା ଦୃଷ୍ଟିରୁ ବିଜେଡ଼ି ଖାତାକୁ ୩ଟି ରାଜ୍ୟସଭା ଆସନ ଯିବା ନିଶ୍ଚିତ ଥିଲାପରି ଲାଗିଲାବେଳେ ଚତୁର୍ଥ ଆସନ ପାଇଁ ଟଣାଓଟରା ଲାଗି ରହିଛି ।