୬ ଜଣ ନାବାଳିକା ଛାତ୍ରୀଙ୍କ ସହିତ ପ୍ରଧାନଶିକ୍ଷକ କଲେ ଦୁଷ୍କର୍ମ : ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀ ଗୁରୁତର ଅସୁସ୍ଥ …

ତେଲେଙ୍ଗାନାର ଭଦ୍ରାଦ୍ରି କୋଠାଗୁଡ଼େମ ଜିଲ୍ଲାର ଲକ୍ଷ୍ମୀଦେବୀପଲାଇ ମଣ୍ଡଳରୁ ଆସିଛି ଲଜ୍ୟାଜନକ ଖବର । ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ନେଇ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଆସିଛି । ନାବାଳିକାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା । ପରେ ଅଭିଭାବକମାନଙ୍କ ଏତଲା ଉପରେ କାର୍ଯ୍ୟାନୁଷ୍ଠାନ କରି ଉକ୍ତ ପ୍ରଧାନଶିକ୍ଷକଙ୍କୁ ପୋଲିସ ଗିରଫ କରିଛି ।

ଖବର ମୁତାବକ ଉକ୍ତ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କ ବୟସ ୪୦ ବର୍ଷ । କରୋନା କାରଣରୁ ସ୍କୁଲ ସବୁ ବନ୍ଦ ଥିବାବେଳେ ଅନଲାଇନ ପାଠପଢା ଚାଲୁଥିଲା । ପରିବାରର ଆର୍ଥିକ ସ୍ଥିତି ଭଲ ନଥିବା ଏବଂ ଛାତ୍ରୀଙ୍କ ଘରେ ସ୍ମାର୍ଟ ଫୋନ୍ ନଥିବାର ଫାଇଦା ଉଠାଇ ଥିଲେ ଅଭିଯୁକ୍ତ । ପାଠ ପଢ଼ାଇବା ପାଇଁ ଛାତ୍ରୀଙ୍କୁ ସ୍କୁଲକୁ ଡାକିଥିଲେ ପ୍ରଧାନଶିକ୍ଷକ ଏବଂ ପାଠ ପଢ଼ାଇବା ନାଁରେ ଛାତ୍ରୀଙ୍କ ସହିତ କରିଥିଲେ ଦୁଷ୍କର୍ମ । ଚଳିତ ବର୍ଷ ଅଗଷ୍ଟରୁ ନଭେମ୍ବର ମାସ ଭିତରେ ଅତି କମରେ ୬ ଜଣ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ସୂଚନା ମିଳିଛି ।

ତେବେ ଗତ ମଙ୍ଗଳବାର ଦିନ ୫ ଜଣ ନାବାଳିକା ଛାତ୍ରୀଙ୍କ ମଧ୍ୟରୁ ଜଣେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ ଯାହାପରେ ଘଟଣା ସାମ୍ନାକୁ ଆସିଲା । ଏହାପରେ ଅଭିଭାବକମାନେ ଏକାଠି ହୋଇ ପ୍ରଥମେ ଅଭିଯୁକ୍ତକୁ ନିର୍ଘାତ୍ ଛେଚିଥିଲେ ଏବଂ ପରେ ପୋଲିସକୁ ସୂଚନା ଦେଇଥିଲେ । ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି । ସେପଟେ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ବହିଷ୍କାର କରିବା ପାଇଁ ଅଭିଭାବକଙ୍କ ଦାବି ।

Leave a Reply

Your email address will not be published. Required fields are marked *