ପଡ଼ୋଶୀ ନା ସୈତାନ ? ୭ ବର୍ଷର ନାବାଳିକାକୁ କଲା ଦୁଷ୍କର୍ମ : ଚିତ୍କାର ଶୁଣି ରୁଣ୍ଡ ହେଲେ ଲୋକେ, ଦେଖିଲାବେଳକୁ ଅଭିଯୁକ୍ତ ଜଣକ ଆଇନଜୀବୀ …

ଆଜିର ଦୁନିଆରେ ମହିଳାମାନେ ଅସୁରକ୍ଷିତ ନା ପୁରୁଷମାନଙ୍କର ହେଲାଣି ମତିଭ୍ରମ, ଗ୍ରାସିଲାଣି ସେମାନଙ୍କୁ ମାନସିକ ବିକାର ? ଏ ପ୍ରଶ୍ନ ପଛରେ ରହିଛି ଛାତିଥରା ଘଟଣା । ନୟାଗଡ଼ର ନିଷ୍ପାପ ଶିଶୁ ପରୀ ଦୁଷ୍କର୍ମ ଏବଂ ହତ୍ୟା ଘଟଣା ରାଜ୍ୟବାସୀଙ୍କ ମନରୁ ନଲିଭୁଣୁ ରାଜଧାନୀ ଭୁବନେଶ୍ୱରରେ ଜଣେ ୭ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଛି । ଏ ଜଘନ୍ୟ ଅପରାଧ ଘଟାଇଛନ୍ତି ପୁଣି ଜଣେ ଆଇନଜୀବୀ ଯିଏ ପୀଡ଼ିତାଙ୍କ ପଡ଼ୋଶୀ ।

ଘଟଣାଟି ଗତ ସୋମବାର ଦିନ ଭୁବନେଶ୍ୱର ସ୍ଥିତ ଓଲ୍ଡ ଟାଉନରେ ଘଟିଛି । ଅଭିଯୁକ୍ତଙ୍କ ନାମ ରବି ଦାସ, ବୟସ ୪୦ ବର୍ଷ । ସୋମବାର ଦିନ ରାତିରେ ରବିଙ୍କ ପତ୍ନୀ ପଡ଼ିଶା ଘରକୁ ଯାଇଥିଲେ ଏବଂ ଏହି ସମୟରେ ରବିଙ୍କ ପଡ଼ିଶା ଘରେ ରହୁଥିବା ଜଣେ ୭ ବର୍ଷର ନାବାଳିକା ରବିଙ୍କ ଘରକୁ ଆସିଥିଲା । ପତ୍ନୀ ଘରେ ନଥିବାର ସୁଯୋଗ ନେଇ ରବି ନାବାଳିକାକକୁ ବଳାତ୍କାର କରିଥିଲେ । ପୀଡ଼ିତାର ଚିତ୍କାର ଶୁଣି ପଡ଼ୋଶୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଏହାପରେ ପୀଡ଼ିତାର ମାଆ ଏନେଇ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ । ତେବେ ସୂଚନାନୁସାରେ ପୋଲିସ ଏ ବାବଦରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ରବିଙ୍କୁ ରାତାରାତି ତାଙ୍କ ଘରୁ ଉଠାଇ ନେଲା । ପରଦିନ ପୀଡ଼ିତା ସହିତ ଅଭିଯୁକ୍ତଙ୍କର ଡାକ୍ତରୀମାଇନା କରା ଯାଇଥିଲା ଏବଂ ଅପରାହ୍ନରେ ଅଭିଯୁକ୍ତ ଆଇନଜୀବୀ ରବିଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *