ଛୋଟ ପିଲାଙ୍କ ଦେହରେ ଦେଖିବାକୁ ମିଳୁଛି କୋଭିଡ ଟୋସ୍, କୋଭିଡ଼-୧୯ର ଆଉ ଏକ ନୂଆ ଲକ୍ଷଣ

ନୂଆଦିଲ୍ଲୀ : କରୋନାଭାଇରସ ମଣିଷ ପାଇଁ ଏକ ଅଜ୍ଞାତ ଶତ୍ରୁ । ଜ୍ୱର, କାଶ, ଗଳାରେ ଯନ୍ତ୍ରଣା ଏବଂ ଥକ୍କାପଣ ଆଦି ବିଭିନ୍ନ ରୋଗର ସାଧାରଣ ଲକ୍ଷଣ । ଏସବୁ ଭିତରେ ସବୁଠାରୁ ସାଧାରଣ ହେଉଛି ଜ୍ୱର, ଯାହା କେବଳ ଶରୀରରେ କୌଣସି ତ୍ରୁଟିକୁ ହିଁ ସୂଚାଇଥାଏ । କିନ୍ତୁ ଏହା ମଧ୍ୟ ସମ୍ଭବ ଯେ କୋଭିଡ଼-୧୯ ପାଇଁ ବର୍ତ୍ତମାନ ଏ ଲକ୍ଷଣଗୁଡ଼ିକ ପ୍ରମୁଖ ସୂଚକରେ ପରିଣତ ହୋଇପାରେ ।

କାଶ, ଜ୍ଵର ଓ ଗଳାରେ ଯନ୍ତ୍ରଣା ଛଡ଼ା କରୋନାଭାଇରସ ଆକ୍ରାନ୍ତଙ୍କ ଶରୀରରେ ନୂଆ ଏକ ଲକ୍ଷଣ ଦେଖିବାକୁ ମିଳିଛି । ଏହି ଲକ୍ଷଣ ସାଧାରଣତଃ ଛୋଟ ପିଲା ଏବଂ ଯୁବକମାନଙ୍କଠାରେ ଦେଖିବାକୁ ମିଳୁଛି । ମାର୍ଚ୍ଚ ମାସରେ ଇଟାଲୀର କିଛି ଚର୍ମରୋଗ ବିଶେଷଜ୍ଞ କରୋନା ଆକ୍ରାନ୍ତ ରୋଗୀଙ୍କ ଦେହରେ ଏହି ନୂଆ ଲକ୍ଷଣକୁ ଠାବ କରିଥିଲେ । କେତେଜଣ ରୋଗୀଙ୍କ ଆଙ୍ଗୁଳି ଫୁଲି ଯାଇଥିଲା ତ ଆଉ କେତେଙ୍କର ଶରୀରର କେତେଟା ଅଙ୍ଗର ରଙ୍ଗ ପରିବର୍ତ୍ତନ ହୋଇଯାଇଥିଲା । ଅତ୍ୟଧିକ ଥଣ୍ଡାରେ ହାତଗୋଡ଼ କୋଲ ମରିଗଲା ପରି ବି ଦେଖିବାକୁ ମିଳିଥିଲା ।

ସେମିତିରେ ଇଟାଲୀର ଗୋଟେ ଥଣ୍ଡା ଦେଶ । ତଥାପି ତାର କେତେକ ସ୍ଥାନରେ ଅଧିକ ଥଣ୍ଡା ଅନୁଭୂତ ହୁଏ ଓ ସେହି ଅଞ୍ଚଳରେ ରହୁଥିବା ଅଧିବାସୀଙ୍କଠାରେ ସାଧାରଣତଃ ଏଇ ନୂଆ ଲକ୍ଷଣ ଦେଖିବାକୁ ମିଳିଛି । ଚର୍ମରୋଗ ବିଶେଷଜ୍ଞମାନେ ଏହି ନୂଆ ପ୍ରକାର ଲକ୍ଷଣର ନାମ ‘କୋଭିଡ ଟୋସ୍’‌ ନାମ ଦେଇଛନ୍ତି । ଏମିତି ଲକ୍ଷଣ ଆମେରିକାର ବୋଷ୍ଟୋନ ସହରର ଲୋକମାନଙ୍କ ପାଖରେ ବି ଦେଖା ଦେଇଛି । ସେଥିପାଇଁ ଆମେରିକାର ଏକାଡେମୀ ଅଫ୍‌ ଡର୍ମିଟୋଲୋଜୀରେ କାର୍ଯ୍ୟରତ ଡାକ୍ତରମାନେ ଛୋଟ ପିଲମାନଙ୍କର ବି କରୋନା ଟେଷ୍ଟ କରେଇବାକୁ ପରାମର୍ଶ ଦେଉଛନ୍ତି ।

ସ୍ପେନ୍‌ର ଡାକ୍ତରମାନେ ଏହା ପୂର୍ବରୁ ଗୋଡ଼ରେ ହୋଇଥିବା ଘା’କୁ ମଧ୍ୟ କରୋନାଭାଇରସର ଏକ ଲକ୍ଷଣ ବୋଲି ଗ୍ରହଣ କରାଯାଇପାରେ ବୋଲି କହିଛନ୍ତି । କରୋନା ସଂକ୍ରମିତ ହେବା ପୂର୍ବରୁ ଏମିତି ମୁଖ୍ୟ କେତୋଟି ଲକ୍ଷଣ ସବୁ ଦେଖାଯାଇପାରେ ବୋଲି ସ୍ପେନ୍‌ ଡାକ୍ତରମାନେ ମତ ରଖିଛନ୍ତି ।

Leave a Reply

Your email address will not be published. Required fields are marked *