ଭଦ୍ରକ ଜିଲ୍ଲା ତିହିଡ଼ି ବଜାରରେ ଲାଗିଲା ନିଆଁ । ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡରେ ଜଳି ପାଉଁଶ ହେଲା ୧୦ ଟା ଦୋକାନ ଘର । ନିଆଁକୁ ଆୟତ କରିବାକୁ ବେଶ କିଛି ସମୟ ଲାଗିଥିଲା ବେଳେ ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ ।

ମିଳିଥିବା ସୂଚନା ମୁତାବକ ଏହି ଅଗ୍ନିକାଣ୍ଡରେ ଜଳି ଯାଇଛି ତିହିଡ଼ି ବଜାରରେ ଥିବା ହୋଟେଲ, ଷ୍ଟେସନାରୀ ଦୋକାନ, ଜୋତା ଦୋକାନ ସହିତ କିଛି ପରିବା ଦୋକାନ । ତେବେ ଦୋକାନଗୁଡ଼ିକ ବନ୍ଦ ଥିବାବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା ।