ଏହି ସବୁ ପାଇଁ ହେଇପାରେ ଦେୟ ଛାଡ଼, କେନ୍ଦ୍ର ସମେତ ରାଜ୍ୟ ସରକାରଙ୍କୁ ଉଚ୍ଚ-ନ୍ୟାୟାଳୟ ଜାରି କରିଛି ନୋଟିସ

ଭୁବନେଶ୍ୱର : ଦେୟ ଛାଡ଼ ବାବଦରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି ଉଚ୍ଚ-ନ୍ୟାୟାଳୟ । କରୋନା ଯୋଗୁ ସ୍କୁଲ ଦେୟ ଏବଂ ବିଦ୍ୟୁତ ଦେୟ ଛାଡ଼ ହେବ ବୋଲି ଉଚ୍ଚ-ନ୍ୟାୟାଳୟ ଉଭୟ ସରକାରଙ୍କୁ ନୋଟିସ ଦେଇଛନ୍ତି । ଏକ ଜନସ୍ୱାର୍ଥ ମାମଲାର ଶୁଣାଣିରେ ଏହି ନୋଟିସ ଜାରି ହୋଇଛି ।

ସବୁ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନର ଦେୟ ଛାଡ଼ ନେଇ ନୋଟିସ ଜାରି କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ସହିତ ସମୁଦାୟ ୧୩ ଗୋଟି ପକ୍ଷଙ୍କୁ ନୋଟିସ ଜାରି ହେଇଛି । ଏମିତିକି ରାସନ କାର୍ଡ ନଥିବା ସମସ୍ତଙ୍କୁ ରାସନ ଦେବା ନେଇ ମଧ୍ୟ ନାଟିସ ହୋଇଛି । ଲକଡାଉନରେ ଭିତରେ ଘରୋଇ ଉପଭୋକ୍ତାମାନଙ୍କର ବିଦ୍ୟୁତ୍ ଦେୟ ମଧ୍ୟ ଛାଡ଼ ହେବ ।

ମଇ ୩ ପରେ ଯଦି ଲକଡାଉନ ଅବଧି ଆଉ ବୃଦ୍ଧି ନହୁଏ ତେବେ ଉଭୟ ଓଡ଼ିଶା ଉଚ୍ଚ-ନ୍ୟାୟାଳୟ ଓ ତଳ-ନ୍ୟାୟାଳୟରେ ଖରାଛୁଟି ବାତିଲ ହେବ । ଏନେଇ ଓଡ଼ିଶା ଉଚ୍ଚ-ନ୍ୟାୟାଳୟ ରେଜିଷ୍ଟ୍ରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଓଡ଼ିଶା ଉଚ୍ଚନ୍ୟାୟାଳୟ ବାର୍‌ ଆସୋସିଏସନର ସଭାପତି, ଉପସଭାପତି, ସମ୍ପାଦକ ଓ ଆଡ୍‌ଭୋକେଟ ଜେନେରାଲଙ୍କ ସହିତ ବିଚାରବିମର୍ଶ ପରେ ଉଚ୍ଚ-ନ୍ୟାୟାଳୟଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *