ଭୁବନେଶ୍ଵର : କରୋନାଭାଇରସ ମହାମାରୀ ସଂକ୍ରମଣ ବିସ୍ତାର ରୋକିବାକୁ ଯାଇ ଦେଶବ୍ୟାପୀ ଲକଡାଉନ ଘୋଷଣା କରାଯାଇଥିଲା । ଦେଶ ସହିତ ରାଜ୍ୟରେ ବି ସମାନ ତାଲାବନ୍ଦ ଅବସ୍ଥା । କିନ୍ତୁ ଆଜି ଉଚ୍ଚ-ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଘୋଷଣା ଅନୁଯାୟୀ ଜୁନ ୧୭ ତାରିଖ ପରଠାରୁ ଲକଡାଉନ ଯୋଗୁ ବାଧାପ୍ରାପ୍ତ ହୋଇଥିବା ସମସ୍ତ ପରୀକ୍ଷା କେଉଁ ଦିନ ବି ହେଇପାରେ । କାରଣ ହୋଇପାରିନଥିବା ପରୀକ୍ଷାମାନର ଗାଇଡ଼ ଲାଇନ ଯୁଜିସି ତରଫରୁ ଜାରି ହୋଇଛି ।
ୟୁଜିସିର ଗାଇଡ଼ ଲାଇନ ଜାରି ପରେ ବି ଓଡ଼ିଶାକୁ ସୁହାଇଲା ଭଳି ଯାହା ଠିକ୍ ତାହା ହିଁ କରାଯିବ ବୋଲି ଉଚ୍ଚ-ଶିକ୍ଷା ମନ୍ତ୍ରୀ ଅରୁଣ କହିଛନ୍ତି । ଏମିତିକି ଏହା ନେଇ ଏକ ଉଚ୍ଚ-ସ୍ତରୀୟ ବୈଠକ ବସିବ ଓ ଆଲୋଚନା ହେବ । ଉଚ୍ଚ-ଶିକ୍ଷା ମନ୍ତ୍ରୀ ଅରୁଣ ଆହୁରି ମଧ୍ୟ କହିଛନ୍ତି ଯେ ପିଲାମାନେ ଲକଡାଉନର ଏ ସମୟକୁ ସଦୁପୋଯୋଗ କରନ୍ତୁ । ପଢାପଢିରେ ମନ ଦିଅନ୍ତୁ, ପରୀକ୍ଷା କେବେବି ହେଇପାରେ ।
କରୋନା ସଂକ୍ରମଣର ପ୍ରଭାବ କେଉଁ ରାଜ୍ୟରେ କେତେ ରହିଛି ବା ରାଜ୍ୟର ପରିସ୍ଥିତ ସ୍ଵାଭାବିକ ଅବସ୍ଥା କେତେ ମାତ୍ରାରେ ଫେରିଛି, ଏସବୁକୁ ଆକଳନ କରାଯାଇ ଜୁଲାଇ ମାସରେ ପରୀକ୍ଷା ହେବ ବୋଲି ଉଚ୍ଚ-ଶିକ୍ଷା ମନ୍ତ୍ରୀ ଅରୁଣ ସ୍ପଷ୍ଟ କରିଛନ୍ତି ।