ନୋଏଡା : ଏ ଲକଡାଉନ ସମୟରେ ୨୮ଅପ୍ରେଲ ସନ୍ଧ୍ୟାରେ ଦିଲ୍ଲୀ ନିକଟସ୍ଥ ନୋଏଡାର ସେକ୍ଟର ୧୨୨ ପୃଥଳା ଗୋଲ ଚକ୍କର ପାଖରେ କେହିଜଣେ ଗୋଟେ ନବଜାତ ଶିଶୁକୁ ଛାଡ଼ିଦେଇଥିଲା । ରାସ୍ତା ଦେଇ ଯାଉଥିବା ଲୋକମାନେ ଶିଶୁଟିକୁ ଦେଖି ପୋଲିସକୁ ଖବର ଦେଲେ । ପୋଲିସ ଘଟଣାସ୍ଥଳରେ ପହଂଚି ତାକୁ ସାଙ୍ଗରେ ନେଇଯାଇଥିଲା ଓ ଚାଇଲ୍ଡ ଲାଇନକୁ ସୂଚନା ଦେଇଥିଲା ।
ଚାଇଲ୍ଡ ଲାଇନ କହିବାନୁଯାୟୀ ସେ ଶିଶୁକୁ ନୋଏଡାର ଜିଲ୍ଲାର କୈଳାଶ ହସ୍ପିଟାଲକୁ ପଠାଇ ଦିଆଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦେଶ ପାଇବା ପରେ ଚାଇଲ୍ଡ ଲାଇନ ଶିଶୁକୁ ନେଇ ମଥୁରା କେୟାର ସେଣ୍ଟରକୁ ପଠାଇଦେବ । ପୋଲିସ କହିବାନୁଯାୟୀ କେହିଜଣେ ଏହି ଲକଡାଉନର ସୁଯୋଗ ନେଇ ଏ ଶିଶୁ କନ୍ୟାକୁ ରାସ୍ତା କଡ଼ରେ ରଖିଦେଇଛି ।
ନବଜାତ କନ୍ୟା ଶିଶୁ ଗୋଟେ ଗୋଲାପି ରଙ୍ଗର ଟାୱେଲରେ ଗୁଡ଼ାଯାଇଥିଲା । ରାସ୍ତା କଡ଼ରେ ଥିବା ଫୁଟପାତରେ ଗୋଟେ ଗଛ ତଳେ ଟାୱେଲରେ ଗୁଡ଼ାଇ ଶିଶୁଟିକୁ ରଖିଦିଆ ଯାଇଥିଲା । ରାସ୍ତାରେ ଯାଉଥିବା ଲୋକେ ଛୁଆଟିର କାନ୍ଦଣା ଶୁଣି ପୋଲିସକୁ ଡାକିଥିଲେ । ଭାଗ୍ୟବଶତଃ କେହି ବୁଲା କୁକୁର ଛୁଆଟିକୁ ଦେଖି ନଥିଲେ ।
ଉଲ୍ଲେଖନୀୟ କଥା ହେଉଛି ଯେ ଛୁଆଟି ଦେଖିବାକୁ ବହୁତ ସୁନ୍ଦର ଆଉ ଅତିବେଶିରେ ୪ କିମ୍ବା ୫ ଦିନର । ତାଙ୍କୁ ନୂଆ ଗୋଲାପି ରଙ୍ଗର ଟାୱେଲରେ ଗୁଡ଼ାଇ ରଖାଯାଇଥିଲା । ଯିଏ ବି ସେ ଛୁଆକୁ ଦେଖୁଥିଲା ଛୁଆ ପ୍ରତି ତାର ସ୍ନେହ ଆପେ ଆପେ ଆସୁଥିଲା । ପୋଲିସ କର୍ମଚାରୀମାନେ ବି ଛୁଆଟିକୁ କୋଳକୁ ନେଇ ଖୁସି ହେଇଯାଇଥିଲେ ।