ରାସ୍ତାକଡ଼ ଗୁପଚୁପ ଖାଇବାକୁ ଆପଣ ବି ଭଲପାଆନ୍ତି ? ସାବଧାନ ! ଜାଣନ୍ତୁ କେଉଁ ସବୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ଆପଣ

ସ୍ଵାସ୍ଥ୍ୟକର ଖାଦ୍ୟ ଖାଇବା କଥା ସମସ୍ତେ ଜାଣନ୍ତି, ତଥାପି ମନ ଥାଏ ଚଟପଟା ରାସ୍ତାକଡ଼ ଖାଦ୍ୟସବୁରେ । ଏସବୁ ଭିତରେ ଗୁପଚୁପ ପିଲାରୁ ବୁଢା ଯାଏଁ ସମସ୍ତଙ୍କର ପ୍ରିୟ । ଗୁପଚୁପ ନାଁ ଶୁଣୁଶୁଣୁ ପାଟିରୁ ଲାଳ ବାହାରେ । ଅଧିକାଂଶ ଲୋକ ତ ଗୁପଚୁପ ଖାଇବା ସାଙ୍ଗରେ ଖଟା ପାଣିକୁ ଢକଢକ କରି ପିଇ ଯାଆନ୍ତି । ତେବେ ଆପଣ ଜାଣନ୍ତି କି ପାଟିକୁ ସ୍ଵାଦ ଲାଗୁଥିବା ଏହି ଚଟପଟା ଗୁପଚୁପ ଆପଣଙ୍କୁ କେଡ଼େ ବଡ଼ ଗମ୍ଭୀର ସମସ୍ୟାର ସମ୍ମୁଖୀନ କରାଇପାରେ !

ଗୁପଚୁପ ଖାଇବା ଦ୍ଵାରା ଆପଣ ଝାଡ଼ା-ବାନ୍ତି, ଜଣ୍ଡିସ୍, ଅଲସର୍ ଆଦି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏହାସହିତ ପାଚନ କ୍ରିୟାରେ ସମସ୍ୟା, ପେଟ ଗୋଳମାଳିଆ ଏମିତିକି ଅନ୍ତନଳୀରେ ସମସ୍ୟା ସୃଷ୍ଟି କରେ ଏହି ରାସ୍ତାକଡ଼ ସୁଆଦିଆ ଗୁପଚୁପ । ରକ୍ତଚାପ ସମସ୍ୟା ଏହି ଗୁପଚୁପ ଖାଇବା ଦ୍ଵାରା ଦେଖାଦେଇ ପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଖଟା ପାଣିରେ ବ୍ୟବହୃତ ମାତ୍ରାଧିକ ଲୁଣ, ରକ୍ତଚାପ ବୃଦ୍ଧିର କାରଣ ହେଲାବେଳେ ବାରମ୍ବାର ଗୋଟିଏ ତେଲରେ ଛଣା ହୋଇଥିବା ହେତୁ ଗୁପଚୁପ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ଏସିଡ଼ିଟି, ଗ୍ୟାସ୍, ପେଟରେ ଯନ୍ତ୍ରଣା ଭଳି ସାଧାରଣ ସମସ୍ୟା ଉପୁଜାଇବାରେ ଏହା ମୂଳ କାରଣ ସାଜିଥାଏ । ବର୍ଷା ଦିନରେ ଆହୁରି ସତର୍କ ରହିବା କଥା ଏସବୁ ରାସ୍ତାକଡ଼ ଖାଦ୍ୟଠାରୁ ।

Leave a Reply

Your email address will not be published. Required fields are marked *