ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ତିଆରି ହୋଇଥିବା ଅନେକ ଶକ୍ତି କେନ୍ଦ୍ର ଦେଶଗୁଡ଼ିକ ପରସ୍ପରକୁ ସନ୍ତୁଳିତ କରି ଚାଲିଥିଲେ । ଆମେରିକାର, ରୁଷ, ଚୀନ୍, ୟୁରୋପ ଦୁନିଆର ଆର୍ଥିକ ତଥା ସାମରିକ ଶକ୍ତିର କେନ୍ଦ୍ର ଥିଲେ । କିନ୍ତୁ କରୋନାଭାଇରସ ଓ ସେଥିଯୋଗୁ ହୋଇଥିବା ଅର୍ଥନୈତିକ ମାନ୍ଦାବସ୍ଥା ଏବଂ ପାରସ୍ପରିକ କଳି ଏହି ଶକ୍ତି କେନ୍ଦ୍ରଗୁଡ଼ିକୁ ଦୁର୍ବଳ କରିଦେଇଛି । ଏଭଳି ପରିସ୍ଥିତିରେ ଭାରତ ସମଗ୍ର ବିଶ୍ୱର ଆଶାର କେନ୍ଦ୍ର ପାଲଟିଛି । ସମଗ୍ର ବିଶ୍ୱରେ ଭାରତରେ ଉଭୟ ସାମରିକ ତଥା ଅର୍ଥନୈତିକ ଶକ୍ତି ଦ୍ରୁତ ଗତିରେ ସନ୍ତୁଳନ ଆଡ଼କୁ ମୁହାଇଁବା ଦେଖାଯାଉଛି ।
୧. ପରସ୍ପର ସହ ମୁହାଁମୁହିଁ ହୋଇ ନଷ୍ଟ ହେଉଥିବା ଚୀନ ଓ ଆମେରିକା
କରୋନାଭାଇରସ ଯୋଗୁ ଏଇ କିଛି ଦିନ ଭିତରେ ଉଭୟ ଚୀନ ଏବଂ ଆମେରିକାକୁ ଜନ ସାଙ୍ଗରେ ଧନର କ୍ଷତି ସହିବାକୁ ପଡ଼ିଛି । ଏହି କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ମଧ୍ୟ ବଢିଯାଇଛି । ଦୁନିଆର ଏହି ଦୁଇ ଶକ୍ତିଶାଳୀ ଦେଶ ପରସ୍ପରକୁ ଶିକ୍ଷା ଦେବା ଦେବାକୁ କ୍ରମାଗତ ଭାବରେ ଧମକ ଦେଉଛନ୍ତି ।
ଦକ୍ଷିଣ ଚୀନ ସାଗରରେ ଏଇ କେଇଦିନ ତଳେ ଆମେରିକା ଏବଂ ଚୀନ୍ର ଯୁଦ୍ଧ ଜାହାଜ ସାମ୍ନାସାମ୍ନୀ ହେଇଛନ୍ତି । ଦକ୍ଷିଣ ଚୀନ ସାଗର ଏକ ବ୍ୟସ୍ତବହୁଳ ସମୁଦ୍ର ମାର୍ଗ ଯାହା ଉପରେ ଚୀନ ଏକଚାଟିଆ ରାଜୁତି ଚାହୁଁଛି । କିନ୍ତୁ ଜାପାନ ଓ ତାଇୱାନ ଭଳି ଦେଶ ଚୀନକୁ ପ୍ରାଧାନ୍ୟ ବିସ୍ତାର କରିବାକୁ ଦେଉନାହାନ୍ତି । ଆମେରିକା ବି ଏହି ଦେଶଗୁଡ଼ିକୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ।
୨. ସାରା ଦୁନିଆରେ ଚୀନ ଏବେ ବଦନାମ
କେବଳ ଆମେରିକା ନୁହେଁ, ବିଶ୍ଵର ଅନେକ ଦେଶ ବି କରୋନାଭାଇରସ ପ୍ରାକୃତିକ ନୁହେଁ ବୋଲି ଭାବୁଛନ୍ତି । ବରଂ ସମସ୍ତ ଦେଶର ଭାବନା ଯେ ଚାଇନା ଏହାକୁ ନିଜ ଲ୍ୟାବରେ ଅସ୍ତ୍ର ଭାବରେ ବିକଶିତ କରି ନିଜ ପ୍ରତିଦ୍ୱନ୍ଦ୍ୱୀ ଦେଶଗୁଡ଼ିକୁ ଧ୍ୱଂସ କରିବାକୁ ଚାହୁଁଛି । ଚୀନର କାର୍ଯ୍ୟକଳାପ ବି ତାକୁ ସନ୍ଦେହ ଘେରକୁ ଆଣୁଛି । ଆମେରିକା, ଇଟାଲୀ, ସ୍ପେନ୍, ବ୍ରିଟେନ, ବ୍ରାଜିଲ ସମେତ ଅନେକ ବଡ ଦେଶ କରୋନାଭାଇରସ ଉତ୍ପତ୍ତିର କାରଣ ଶୀଘ୍ର ଯାଞ୍ଚ କରାଯିବା ନେଇ ଦାବି କରଛନ୍ତି । କିନ୍ତୁ ଚୀନ ନିଜ ଲ୍ୟାବ ଭିତରକୁ କାହାକୁ ଯିବାକୁ ଦେଉନି ଯଉଟା ସନ୍ଦେହ ବଢାଉଚି ।
ସମଗ୍ର ବିଶ୍ୱରେ ବିଶେଷଜ୍ଞମାନେ ବି କରୋନାଭାଇରସକୁ ଚୀନର ଷଡଯନ୍ତ୍ର ବୋଲି କହିଛନ୍ତି ଯେଉଁଥିରେ ନୋବେଲ ବିଜେତା ପରି ବିଶିଷ୍ଟ ବ୍ୟକ୍ତି ଅନ୍ତର୍ଭୁକ୍ତ । ଆମେରିକା ଏବଂ ବ୍ରିଟେନ ଭଳି ଦେଶ ଚୀନକୁ ଖୋଲାଖୋଲି ଧମକ ଦେଉଛନ୍ତି ।
୩. ଭାରତ ବିଶ୍ୱର ଶକ୍ତି କେନ୍ଦ୍ରରେ ପରିଣତ ହେବାକୁ ଯାଉଛି
ଯେଉଁଠାରେ ଚୀନର ପ୍ରକୃତ ଚେହେରା ସମଗ୍ର ବିଶ୍ୱ ସାମ୍ନାରେ ଆସି ତାକୁ ସମସ୍ତଙ୍କ ସନ୍ଦେହ ଓ ଅଭିଯୋଗର ପାତ୍ର ବନେଇଛି ସେଠି ଭାରତର ଭାବମୂର୍ତ୍ତି ଏକ ଭଲ ଏବଂ ସହାୟକ ଦେଶର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦୁନିଆର ପ୍ରତ୍ୟେକ ଦେଶ ତାଙ୍କୁ ପ୍ରଶଂସା କରୁଛନ୍ତି । କରୋନା ସଙ୍କଟ ସମୟରେ ବିନା ସ୍ଵାର୍ଥରେ ଯେକୌଣସି ଦେଶକୁ ସାହାଯ୍ୟ ପାଇଁ ପ୍ରସ୍ତୁତ । ବିଶେଷକରି ଯେତେବେଳେ ଭାରତ ତୁରନ୍ତ ହାଇଡ୍ରୋକ୍ସି କ୍ଲୋରୋକାଇନ୍ (HCq) ଔଷଧ ଯୋଗାଇବାକୁ ପ୍ରସ୍ତୁତ ।
ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାବମୂର୍ତ୍ତି ଏକ ବର୍ତ୍ତମାନ ସଂକଟମୋଚନର । ଭାରତ ସରକାରଙ୍କ ଏହି ପଦକ୍ଷେପ ପାଇଁ ଅନେକ ଦେଶ କୃତଜ୍ଞତା ଜଣାଇଛନ୍ତି । ବ୍ରାଜିଲ, ଇସ୍ରାଏଲ, ଆମେରିକା ସହିତ ଭାରତର ପଡୋଶୀ ଦେଶମାନେ ଖୁବ ପ୍ରଶଂସା କରିଛନ୍ତି ।