ରାଜସ୍ଥାନର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମମତା ଭୁପେଶଙ୍କ ଘରୁ କ୍ରୁରତାର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ଦୌସା ଜିଲ୍ଲା ମୁଖ୍ୟାଳୟଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା ଜଣେ ଯୌନ ପିପାସା ସୈତାନ ଗୋଟିଏ ପରିବାରର ୪ ଜଣ ମହିଳାଙ୍କୁ ନିଜ ପିପାସା ପୂର୍ତ୍ତିର ଶିକାର କରିଛି । ବିଗତ କିଛି ଦିନ ପୂର୍ବେ ଗୋଟିଏ ପରେ ଗୋଟିଏ ୪ଟି ମାମଲା ରୁଜୁ ହୋଇଛି, କିନ୍ତୁ ଏପର୍ଯ୍ୟନ୍ତ ପୋଲିସ କୌଣସି ଜଣକୁ ବି ଗିରଫ କରି ନାହିଁ । ମହିଳାମାନଙ୍କୁ ନ୍ୟାୟ ଏବଂ ସୁରକ୍ଷା ଦେଉଥିବା ବ୍ୟକ୍ତି ନିଜେ ବି ଚୁପ ରହିଛନ୍ତି ।

ସୂଚନା ମୁତାବକ ୧ ବର୍ଷ ଯାଏଁ ଜଣେ ସୈତାନ ଗୋଟିଏ ପରିବାରର ୪ ଜଣ ମହିଳାଙ୍କୁ ବଳତ୍କାର କରିଚାଲିଥିଲା । ଡର ଭୟ ଯୋଗୁଁ ଏହି ପରିବାରର କେହି ବି ଅଭିଯୁକ୍ତଙ୍କୁ ସାମ୍ନା କରିବାକୁ ପ୍ରସ୍ତୁତ ନଥିଲେ, କିନ୍ତୁ ନିଷ୍ଠୁରତାର କାହାଣୀ ଗଭୀର ହେବାପରେ ପୀଡ଼ିତାମାନେ ସାହସ ସଂଗ୍ରହ କଲେ ଏବଂ ପୋଲିସକୁ ସବୁ କଥା କହିଲେ । ଥର ଥର କରି ୪ ଥର ମାମଲା ରୁଜୁ ହେଲା ପରେ ୪ ଦିନ ବିତିସାରିଥିଲେ ବି ପୋଲିସ ଏଯାଏଁ କାହାକୁ ଗିରଫ କରିନି । ତେବେ ଆଜି ଦୌସା ଏସପି ଅନିଲ ବେନିୱାଲ ନିରବତା ଭାଙ୍ଗି କହିଛନ୍ତି ଯେ ପୋଲିସ ଅତି ଶୀଘ୍ର ଅଭିଯୁକ୍ତକୁ ଗିରଫ କରିବ ।

ଏହି ଭୟାନକ କାହାଣୀ ହେଉଛି ରାଜସ୍ଥାନ ସରକାରର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ମମତା ଭୁପେଶଙ୍କ ଘରର । ଦୁଃଖଦ କଥା ତ ଏଇଆ ଯେ କେହି ବି ଜଣେ ସେ ପରିବାରରୁ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଆଗକୁ ଆସିନଥିଲେ । କେମିତି ବି କରି ଥାନା ଯାଏଁ ପହଞ୍ଚିଥିଲେ ପୀଡ଼ିତା ହେଲେ ପୋଲିସର ସାହସ ନଥିଲା ଅଭିଯୁକ୍ତ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ କରିବାକୁ । ମାମଲା ଯେତେବେଳେ ମନ୍ତ୍ରୀ ମମତା ଭୁପେଶଙ୍କ ନଜରକୁ ଆସିଛି, ସେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦାବି କରିଛନ୍ତି ।
ଆଜି ଏପରି ପରିସ୍ଥିତିରେ ସ୍ୱାଧୀନତା ଏବଂ ଗଣତନ୍ତ୍ର ଉପରେ ଏକ ପ୍ରଶ୍ନ ଚିହ୍ନ ଉଠିଛି । ଏହା ଲୋକଙ୍କ ଶାସନ ନା ଅମଲାତନ୍ତ୍ର ବିଫଳ ହୋଇଛି ? ମହିଳାମାନେ ନିଜ ପରିବାର ଏବଂ ଆତ୍ମ ରକ୍ଷା କରିବା କଷ୍ଟକର ହୋଇପଡ଼ିଛି । ଅଭିଯୁକ୍ତ ବିଷ୍ଣୁ ଗୁରଜାର ପ୍ରଥମେ ପରିବାରର ଜଣେ ମହିଳାଙ୍କୁ ଟାର୍ଗେଟ କରିଥିଲେ । ଏହା ପରେ, ମହିଳାଙ୍କ ଦୁଇ ନାବାଳକ ସାନ ଭଉଣୀ ଏବଂ ଶେଷରେ ମହିଳାଙ୍କ ୧୦ ବର୍ଷର ଶିଶୁକୁ ବି ଛାଡ଼ି ନଥିଲେ ।