କିଏ ଏହି ମାନ୍ୟା ସୁରବେ ଯାହାକୁ ଅଣ୍ଡରଓ୍ବାଲ୍ଡର ଡନ୍ ଦାଉଦ୍ ବି ଡରୁଥିଲା !

ଅପରାଧ ଜଗତରେ ଅନ୍ୟନ୍ୟ ଥିଲା ମାନ୍ୟା ସୁରବେ ଡନ୍ । ମାନ୍ୟାକୁ ଶିକ୍ଷିତ ଡନ୍ ବୋଲି ବି କୁହାଯାଏ । ମାନ୍ୟା ବିଷୟରେ କୁହାଯାଏ ଯେ ଯଦି ତାକୁ ଏନକାଉଣ୍ଟରରେ ମରା ଯାଇନଥାନ୍ତା ତେବେ ସେ ଡନ୍ ଡାଉଦକୁ ନିପାତ କରିଦେଇଥାନ୍ତା ।

ଅନ୍ୟ ଡନ୍ ପରି ମାନ୍ୟା ସୁରବେ ମୁମ୍ବାଇରେ ଜନ୍ମ ନେଇ ନଥିଲେ ସତ କିନ୍ତୁ କାଗଜ କଲମ ତାଲିମ ସହିତ ବନ୍ଧୁକ, ଗନ୍ ଓ ରିଭୋଲବର୍ ସହିତ ଜଡ଼ିତ ସମସ୍ତ ଶିକ୍ଷା ତାକୁ ମୁମ୍ବାଇ ହିଁ ଶିଖାଇଥିଲା । ମୁମ୍ବାଇର କୀର୍ତ୍ତି କଲେଜରୁ ସେ କଳାରେ ସ୍ନାତୋକତର (ବି.ଏ.) ପାସ କରିଥିଲା ହେଲେ ସମୟ ତା’ ପରିଚୟ ବଦଳେଇ ଦେଲା ।

ଦାଦରର ଜଣାଶୁଣା ଗୁଣ୍ଡା ଭାର୍ଗବ ଶରଣକୁ ଆସି ମାନିଆ ବୋଧର୍ ସହିତ ମିଶି ୧୯୭୮ରେ ୩ ଜଣ ମିଶି ଗୋଟେ ବ୍ୟକ୍ତିର ହତ୍ୟା କରିଦେଲେ । ସେହି ୩ ଜଣଙ୍କୁ ପୋଲିସ ଗିରଫ କଲା ଓ ସେମାନଙ୍କୁ ଆଜୀବନ କାରାଦଣ୍ଡ ବି ହେଲା । ମାନ୍ୟା ସୁରବେ ତାର ଆଜୀବନ କାରାଦଣ୍ଡ ଭୋଗୁଥିବା ସମୟରେ ୟେରୱଡ଼ା କାରାଗାରରେ ସୁବାସ ଭଟ୍ଟକର ନାମକ ଏକ ଗୁଣ୍ଡାକୁ ମାରି ମାରି ଦରମରା କରିଦେଇଥିଲା । କାରାଗାରର ପରିସ୍ଥିତି ବିଡିଗି ଯିବାରୁ ବାଧ୍ୟ ହେଇ ଜେଲରଙ୍କୁ ମାନ୍ୟାକୁ ରତ୍ନାଗିରି କାରାଗାରକୁ ପଠେଇ ଦେଇଥିଲେ ।  

କାରାଗାର ପରିବର୍ତ୍ତନ ରାଗରେ ମାନ୍ୟା ଖାଇବାପିଇବା ଛାଡ଼ିଦେଲା ଓ ଏଥିପାଇଁ ତାର ଓଜନ ପାଖାପାଖି ୨୦ କିଲୋଗ୍ରାମ କମିଗଲା । ବାଧ୍ୟ ହେଇ ଜେଲ ପ୍ରଶାସନକୁ ମାନ୍ୟାକୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଲା, ଯେଉଁଠୁ ସେ ପୋଲିସ ଆଖିରେ ଧୂଳି ଦେଇ ଫେରାର ହେଇଗଲା । ଏହା ୧୪ ନଭେମ୍ବର ୧୯୮୯ର ଘଟଣା । ହସ୍ପିଟାଲରୁ ଫେରାର ମାନ୍ୟା ମୁମ୍ବାଇରେ ନିଜର ଏକ ଗ୍ୟାଙ୍ଗ୍ ତିଆରି କଲା ।

ମାନ୍ୟାର ଗୁଣ୍ଡା ଗ୍ୟାଙ୍ଗରେ ଥିଲେ ନାମୀ ନାମୀ ଗୁଣ୍ଡା । ଶେଖ ମୁନିଲ, ଡୋଙ୍ଗିୱଲିର ବିଷ୍ଣୁ ପାଟିଲ, ଉଦୟ ସେଟ୍ଟି, ଦୟାନନ୍ଦ ସେଟ୍ଟି, ପର୍ଶୁରାମ କାଟ୍କର, ମୁନିଶ୍ଵର ନର୍ୱେକର, କିଶୋର ସାବନ୍ତ ଭଳି ପ୍ରଖ୍ୟାତ ଡକାୟତମାନେ ମାନ୍ୟା ଗ୍ୟାଙ୍ଗରେ ସାମିଲ ହେଇଗଲେ । ୧୯୮୦ରେ ଏହି ଗ୍ୟାଙ୍ଗ ଗୋଟେ କାର ଚୋରି କଲେ ଓ ଏହି ଚୋରି କାରରେ ଲକ୍ଷ୍ମୀ ଟ୍ରେଣ୍ଡିଂ କମ୍ପାନୀରୁ ୫,୭୦୦ ଟଙ୍କାର ଲୁଟ କଲେ । ତାପରେ ଗ୍ୟାଙ୍ଗ ଶେଖ୍ ଅଜିଜ୍ ନାମକ ବ୍ୟକ୍ତି ଉପରେ ମରଣାତ୍ମକ ଆକ୍ରମଣ କରିଥିଲା ଯିଏ ଶେଖ ମୁନିର ପରମ ଶତୃ ଥିଲା । ଏମିତି ବଢି ଚାଲିଲା ତାଙ୍କ ଅପରାଧର ଚିଠା ।

ପରେ ପରେ ମାନ୍ୟା ଗୋବଣ୍ଡିରେ ୧,୨୬,୦୦୦ ଓ କାନାରା ବ୍ୟାଙ୍କରୁ ୧,୫୦,୦୦୦ ଲୁଟ କଲା । ଏଇମିତି ସେ ଖବରରେ ମୁଖ୍ୟଖବର ପାଲଟିଗଲା ଦେଶ ସାରା ଜଣେ ପ୍ରଖ୍ୟାତ ଗୁଣ୍ଡା ହିସାବରେ ଜଣାଶୁଣା ହେଇଗଲା । କିନ୍ତୁ କେତେଦିନ ଅପରାଧ ବଞ୍ଚି ରହେ ଆଇନ ହାତରୁ ! ଦିନେ ପୋଲିସକୁ ଖବର ମିଳିଲା ଯେ ମାନ୍ୟା ତା ପ୍ରେମିକା ବିଦ୍ୟା ଜୋଶୀକୁ ଦେଖା କରିବାକୁ ୱାଡାଲା ନିକଟରେ ଥିବା ଆମ୍ବେଦକର କଲେଜ ପାଖ ଏକ ବିୟୁଟିପାଲରକୁ ଯାଇଛି । ପୋଲିସ ତାର ଜାଲ ବିଛାଇ ଧରିବାକୁ ଚେଷ୍ଟା କଲା ମାନ୍ୟାକୁ କିନ୍ତୁ ପୋଲିସ ଏନକାଉଣ୍ଟରରେ ହାରିଗଲା ନିଜକୁ ବଞ୍ଚାଇବାର ସମସ୍ତ ପ୍ରୟାସ ମାନ୍ୟାର ।   

ସୂଚନାଯୋଗ୍ୟ ଯେ ମାନ୍ୟା ସୁରବେ ମୁମ୍ବାଇର ପ୍ରଥମ ଏନକାଉଣ୍ଟର ମାମଲା ଓ ପୋଲିସ ଏହି ଆଦେଶ ମୌଖିକ ଭାବରେ ଦିଆଯାଇଥିଲା । ଏହାପରେ ମୁମ୍ବାଇରେ ଅନେକ ଏନକାଉଣ୍ଟର ହେଇଛି । ଏନକାଉଣ୍ଟର ସଂଖ୍ୟା ପ୍ରାୟ ୬୦୦ ଉପରେ ହେବ । ଯଦି ଦାଉଦ ଦେଶ ଛାଡ଼ି ପଳେଇ ନଥାନ୍ତା ତେବେ ତାର ବି ଏନକାଉଣ୍ଟର ହିଁ ହେଇଥାନ୍ତା ।  

Leave a Reply

Your email address will not be published. Required fields are marked *