ଫିଲ୍ମ “ଏମଏସ ଧୋନି : ଅନଟୋଲ୍ଡ ଷ୍ଟୋରୀ”ରେ ସୁଶାନ୍ତଙ୍କ କୋ-ଷ୍ଟାର କଲେ ଆତ୍ମହତ୍ୟା, ମୃତ୍ୟୁ ପୂର୍ବରୁ FB ରେ କହିଲେ ଆତ୍ମହତ୍ୟାର କାରଣ …

ବଲିଉଡ଼ ଜଗତରୁ ପୁଣିଥରେ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି । ଫିଲ୍ମ “ଏମଏସ ଧୋନି: ଅନଟୋଲ୍ଡ ଷ୍ଟୋରୀ”ରେ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହିତ ଏବଂ ଫିଲ୍ମ “କେଶରି”ରେ ଅକ୍ଷୟ କୁମାରଙ୍କ ସହିତ କାମ କରିଥିବା ଅଭିନେତା ସନ୍ଦୀପ ନାହର ଏହି ଦୁନିଆକୁ ବିଦାୟ ଦେଇଛନ୍ତି । ତେବେ ମୁମ୍ବାଇର ଗୋରେଗାଓଁ ସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ୍ୟୁ ପୂର୍ବରୁ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଶେୟାର କରି ପତ୍ନୀ କାଞ୍ଚନ ଶର୍ମାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ।

ଭିଡ଼ିଓ କରି ସନ୍ଦୀପ ନାହର କହିଛନ୍ତି ଯେ ନମସ୍କାର ! ସନ୍ଦୀପ ନାହର । ଆପଣମାନେ ମୋତେ “ଏମଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ”ରେ ଦେଖିଥିବେ, ଯେଉଁଥିରେ ମୁଁ ଛୋଟୁ ଭୈୟା ଭୂମିକାରେ ଅଭିନୟ କରିଥିଲି ଏବଂ ଆଜି ଏକ ବଡ଼ ଉଦ୍ଦେଶ୍ୟ ନେଇ ଏ ଭିଡ଼ିଓ କରୁଛି । ଆପଣମାନେ ଶୁଣି ଆଶ୍ଚର୍ଯ୍ୟ ହେବେ ହେଲେ ମୋ ଜୀବନରେ କିଛି ଭଲ ଚାଲି ନାହିଁ, ଅନେକ ସମସ୍ୟା ଦେଇ ମୁଁ ଗତି କରୁଛି । ମାନସିକ ସ୍ତରରେ ସ୍ଥିରତା ନାହିଁ । ଏହା ପଛର କାରଣ ହେଉଛି ମୋ ପତ୍ନୀ କାଞ୍ଚନ ଶର୍ମା । ଗତ ଦେଢ ବର୍ଷ ଧରି ମୁଁ ଯନ୍ତ୍ରଣାଦାୟକ ଜୀବନ ବିତାଉଛି । କାଞ୍ଚନକୁ ବୁଝେଇ ବୁଝେଇ ମୁଁ ଥକି ଗଲିଣି । ସବୁବେଳେ ଘଟି ଯାଇଥିବା କଥାକୁ ନେଇ ଯୁକ୍ତି-ତର୍କ-ବିବାଦ । ୩୬୫ ଦିନରୁ ୨୦୦ ଦିନ ଝଗଡ଼ାରେ ବିତେ । ସବୁବେଳେ ଧମକ ବି ଦିଏ ଯେ ଆତ୍ମହତ୍ୟା କରି ତମ ପରିବାରକୁ ଫସେଇ ଦେବି ।

କେବଳ ସେତିକି ନୁହେଁ । ମୋ ପରିବାରକୁ ଘୃଣା କରିବା ସହିତ ମୋ ମା’ଙ୍କୁ ଦୁର୍ବ୍ୟବହାର କରେ ମୋ ପତ୍ନୀ । ଏବେ ଏମିତି ସମୟ ଆସିଛି ଯେ ମୁଁ ତା ସାମ୍ନାରେ ମୋ ପରିବାର ସଦସ୍ୟଙ୍କ ଫୋନ ବି ଉଠାଇପାରିଲି ନାହିଁ । ଅନେକ ଜିନିଷ ଏତେ ଖରାପ ହୋଇଯାଇଛି ଯେ ମୁଁ ଆଉ ସହି ପାରୁନି । ଜୀବନରେ ବହୁତ ଚାପ ଅଛି, କାମର ଚାପକୁ ସହି ବି ହେବ ହେଲେ ମହିଳାଙ୍କ ଚାପ ନୁହେଁ । ମୋର ନାଁ କାହା ସାଙ୍ଗରେ ଯୋଡ଼ି ଦିଏ ତ କେତେବେଳେ ନଥିବା ଜିନିଷ ବି କହି ଝଗଡ଼ା କରେ । ୨୪ ଘଣ୍ଟା ଆମେ ଏକାଠି ରହିଲା ପରେ ବି ତା ସନ୍ଦେହ କମେନି ।

ପତ୍ନୀଙ୍କ ବିଷୟରେ ଆହୁରି କହିଛନ୍ତି ସନ୍ଦୀପ । ଗତ ମାସରେ ପତ୍ନୀ କାଞ୍ଚନ ଘରୁ କୁଆଡ଼େ ଫେରାର ହେଇ ଯାଇଥିଲା । ଏସବୁ କାମରେ ତା ମା’ ତାକୁ ସମର୍ଥନ କରନ୍ତି । ମୋତେ ନାନା ଧମକ ଦେଉଛନ୍ତି । କାଞ୍ଚନ ତା ପୂର୍ବ ପ୍ରେମିକ ସହିତ ୬ ବର୍ଷ ସମ୍ପର୍କରେ ଥିଲା ଏବଂ ମିଛ ମାମଲାରେ ତାକୁ ଗିରଫ କରେଇଥିଲା । ଏବେ ସେମିତି ମୋ ସାଙ୍ଗରେ କରିବାକୁ ଚାହୁଁଛି । ସେଥିରେ ବି ତା ମା’ ସାମିଲ ଥିଲେ ।

୨୦୧୯ ରେ ଆମେ ବିବାହ କରିଥିଲୁ କିନ୍ତୁ ସର୍ତ୍ତ ଥିଲା କାହାକୁ କିଛି କହିବୁ ନାହିଁ । ଯଦି ଏହା ଚାଲିଲା ତେବେ ଭଲ ନଚେତ୍ ଅଲଗା ହୋଇଯିବା । ଏହାପରେ କରୋନା କାରଣରୁ ମୁଁ ଘରକୁ ଗଲି ଏବଂ ଏ ସମୟ ସେ କାଞ୍ଚନ ମଧ୍ୟ ଆମ ଘରକୁ ଆସିବାକୁ କହିଲା । ସେତେବେଳେ ତାକୁ ବିବାହ ପ୍ରମାଣପତ୍ର ଦରକାର ଥିଲା । ଏହାକୁ ମୋ ଘରଲୋକମାନେ ଖୁସିରେ ଗ୍ରହଣ କରିଥିଲେ କିନ୍ତୁ ଆସୁ ଆସୁ ଘରେ ଝଗଡ଼ା ଆରମ୍ଭ କରିଦେଲା । ଛୋଟ ଛୋଟ ଜିନିଷରେ । ତେଣୁ ମୁଁ ତାକୁ ନେଇ ମୁମ୍ବାଇ ପଳେଇ ଆସିଲି । ମୁମ୍ବାଇରେ ବି ସେ ବଦଳିଲାନି । ବିବାହ ପ୍ରମାଣପତ୍ର ପାଇବା ପରେ ବି ସେ ନିଜକୁ ସୁରକ୍ଷା ଅନୁଭବ କରୁ ନଥିଲା ଏବଂ ମୋତେ ସବୁ ପ୍ରକାର ନିର୍ଯାତନା ଦେଉଥିଲା ।

କେବଳ ଗୋଟିଏ କଥା ମୁଁ କହିବାକୁ ଚାହେଁ ଯେ ଯଦି ମୁଁ କୌଣସି ଭୁଲ ପଦକ୍ଷେପ ନେବି … ମୋ ମୃତ୍ୟୁ ପରେ ମୋ ପତ୍ନୀ ଯେମିତି ମୋ ପରିବାରକୁ ହଇରାଣ ନକରେ । ସେମାନଙ୍କ ବିରୋଧରେ କିଛି ମିଛ ମାମଲା ନଆଣୁ । ମୋ ମୃତ୍ୟୁ ପରେ ମୋ ବୁଲେଟ ବାଇକ ମୋ ବାପା ଏବଂ ମୋ ସୁନା ଚେନ ମୋ ମା’ଙ୍କୁ ଦେବାକୁ ଚାହୁଁଛି । ମୋ ଅନ୍ତେ କାଞ୍ଚନକୁ କେହି କିଛି କହିବନି, ସେ ଭଲ କେବଳ ତା ରାଗ ହେଉଛି ଖରାପ । ସେ କେବଳ ପ୍ରାୟଶ୍ଚିତ କରୁ, ନିଜ ଭୁଲ ବୁଝିପାରୁ ଏତିକି ମୁଁ ଚାହୁଁଛି । ଯଦି କେହି ତାକୁ ବିବାହ କରିବେ ତେବେ ନିଶ୍ଚେ ଥରେ ତାର ମାନସିକ ଚିକିତ୍ସା କରେଇ ଦେବେ । କାରଣ ସେ ଜଣେ ସାମାନ୍ୟ ମହିଳା ହିଁ ନୁହେଁ । ମୁଁ ମଧ୍ୟ ମୋ ଜୀବନରେ ଅନେକ ଲୋକଙ୍କୁ ଦେଖିଛି ହେଲେ ଏପରି ଆଘାତ କେହି କେବେ ଦିଅନ୍ତିନି ।

Leave a Reply

Your email address will not be published. Required fields are marked *