ହାଡ଼ ନଥିଲା ଭଳି ଯୁବତୀ ଜଣକ ନିଜ ଶରୀରକୁ କରିଛନ୍ତି ଏଭଳି ନମନୀୟ ବିଶ୍ଵାସ ହେବନି ଆଖିକୁ, ଦେଖନ୍ତୁ ଭାଇରାଲ ଭିଡ଼ିଓ

ଦୁନିଆରେ ଏପରି କିଛି ନାହିଁ ଯାହାକୁ ଆମେ ଆମର ଅଭ୍ୟାସ ସହିତ କରିପାରିବୁ ନାହିଁ । ସମଗ୍ର ବିଶ୍ୱରେ ଯୋଗକୁ ରାମବାଣ ବିବେଚନା କରାଯାଏ, କାରଣ ଆମ ଚାରିପାଖରେ ଅନେକ ଲୋକ ନିୟମିତ ଯୋଗ କରି ବଡ଼ ବଡ଼ ଅସାଧ୍ୟ ରୋଗରୁ ବି ମୁକ୍ତି ପାଇଲେଣି । ତେବେ ସେହିପରି ଯୋଗାଭ୍ୟାସ ଦ୍ଵାରା ଜଣେ ଯୁବତୀ କିପରି ତା’ ଶରୀରକୁ ନମନୀୟ କରିପାରିଛି ତାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଯୋଗ କରିବା ଦ୍ଵାରା କେଉଁ ସବୁ ଉପକାର ମିଳେ ତାହା ବୁଝାଯାଉଛି । ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଯୋଗକୁ ନିଜ ଜୀବନଶୈଳୀରେ ସାମିଲ କରିବାକୁ ଲାଗିଲେଣି । ଏହା ଭିତରେ ଆଇପିଏସ୍ ଅଫିସର ଦୀପାଂଶୁ କାବ୍ରା ସୋସିଆଲ ନେଟୱାର୍କିଂ ସାଇଟ୍ ଟ୍ୱିଟରରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଏହି ଭିଡ଼ିଓରେ, ଜଣେ ଯୁବତୀ ଚମତ୍କାର ଯୋଗ କରୁଛି ଏବଂ ତା’ ସାଧନା ଦେଖି ଯେକେହି ଆଶ୍ଚର୍ଯ୍ୟ ହେବା ସ୍ଵାଭାବିକ ।

ଏହି ଯୁବତୀର ଶରୀର ନମନୀୟତା ତଥା ଯୋଗ ଦେଖିଲେ ବଡ଼ ବଡ଼ ଯୋଗ ଗୁରୁମାନେ ମଧ୍ୟ ଆଚମ୍ବିତ ହେବେ । ବାସ୍ତବରେ ଏହି ଯୁବତୀ ଜଣକ ଯୋଗ ସାଧନା ଦ୍ଵାରା ନିଜ ଶରୀରକୁ ଏତେ ନମନୀୟ କରିପାରିଛି ଯେ ଯେତେବେଳେ ସେ ଯେମିତି ଚାହିଁବ ତାକୁ ମୋଡ଼ିମାଡ଼ି ଭାଙ୍ଗି ପାରୁଛି ।

ଆଇପିଏସ୍ ଅଫିସର ଦୀପାଂଶୁ ଭିଡ଼ିଓ କ୍ୟାପସନରେ ଲେଖିଛନ୍ତି ଯେ ଯୋଗ ଅଭ୍ୟାସ ସହିତ ଏହି ଯୁବତୀଟି ନିଜ ଶରୀରକୁ ଏତେ ନମନୀୟ କରିପାରିଛି ଯେ ଆଖିରେ ଦେଖିବା ପରେ ମଧ୍ୟ ଆଖିକୁ ବିଶ୍ୱାସ କରିବା କଷ୍ଟକର ହୋଇପଡୁଛି । ସତରେ ! ମାନବ ଶରୀରର ସୀମା ଅସୀମ ଅଟେ । ଏହାକୁ ଜାଣିବା ଏବଂବୁଝିବା ପାଇଁ, ଆମର ପୂର୍ବଜମାନେ ଆମକୁ “ଯୋଗ ଏବଂ ଆଧ୍ୟାତ୍ମିକ ଅଭ୍ୟାସ”ର ପରମ୍ପରା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *