୯୦ ଲକ୍ଷ ଟଙ୍କା ଦେଇ ପ୍ରଥମେ କିଣିଲେ ଘର, ତା’ପରେ ୨୦ ଫୁଟ୍‌ ଲମ୍ବାର ସୁଡ଼ଙ୍ଗ ଖୋଳି ଲୁଟିନେଲେ ୪୦୦ କେଜି ରୂପା

ଚୋରି କେତେ ପ୍ରକାରର ଶୁଣିଥିବେ କିନ୍ତୁ ପ୍ରଥମେ ପ୍ରାୟ କୋଟିଏ ଟଙ୍କା ତା’ ପାଇଁ ଖର୍ଚ୍ଚ କରିବା ଖବର ବୋଧେ ପ୍ରଥମ । ସେହିପରି ଏକ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନର ରାଜଧାନୀ ଜୟପୁର ସ୍ଥିତ ବୈଶାଳୀ ନଗର ଥାନା ଅଞ୍ଚଳରୁ । ଚୋରି କରିବା ପାଇଁ ଚୋରମାନେ ୨୦ ଫୁଟ୍‌ ଲମ୍ୱର ସୁଡ଼ଙ୍ଗ ଖୋଳିଥିଲେ ଏବଂ ଲୁଟି ନେଇଥିଲେ ଟି ବଡ଼ ବାକ୍ସରେ ଲୁଚାଇ ରଖାଯାଇଥିବା କୋଟି କୋଟି ଟଙ୍କାର ରୂପା ।

ମିଳିଥିବା ସୂଚନା ଅନୁସାରେ ସହରର ପ୍ରସିଦ୍ଧ ହେୟାରପ୍ଲାଣ୍ଟ ବିଶେଷଜ୍ଞ ଡକ୍ଟର ସୁନୀତ୍‌ ସୋନୀଙ୍କ ଘରୁ ଚୋରି କରିଛନ୍ତି । ପ୍ରଥମେ ଚୋରମାନେ ଏହି ଡାକ୍ତରଙ୍କ ଘର ପଛପଟେ ୯୦ ଲକ୍ଷ ଟଙ୍କା ଦେଇ ଏକ ଘର କିଣିଥିଲେ । ଘରର କାନ୍ଥକୁ ଖୋଳି ରୁପା ରଖାଯାଇଥିବା ସ୍ଥାନ ପାଖକୁ ଏକ ସୁଡ଼ଙ୍ଗ ଖୋଳିଥିଲେ ଯାହା ଡାକ୍ତରଙ୍କ ଘରର ବେସ୍‌ମେଟ୍‌ ପର୍ଯ୍ୟନ୍ତ ପହଞ୍ଚିଥିଲା । ତେବେ ଚୋରି ହେବାର ଦୁଇଦିନ ପରେ ଯାଇ ଡାକ୍ତର ଏହି ଚୋରି ହେବା କଥା ଜାଣିବାକୁ ପାଇଲେ ଏବଂ ଶୁକ୍ରବାର ଦିନ ଥାନାରେ FIR ଦାୟର କଲେ ।

ପୋଲିସ ଦେଇଥିବା ରିପୋର୍ଟ ଅନୁଯାୟୀ ଡାକ୍ତର ସୋନୀ ୩ ମାସ ପୂର୍ବରୁ ୩ ବାକ୍ସରେ ରୂପା ଭର୍ତ୍ତି କରି ନିଜ ଘରର ବେସ୍‌ମେଟ୍‌ରେ ମାଟି ଖୋଳି ପୋତି ଦେଇଥିଲେ । କେବଳ ସେତିକି ନୁହେଁ ତା ଉପରେ ଏକ କଂକ୍ରିଟ୍‌ର ଢଳେଇ କରିଥିଲେ ହେଲେ କେମିତି କେଜାଣି ଏହାର ସୂଚନା ଚୋରଙ୍କ ପାଖରେ ପହଞ୍ଚି ଯାଇଥିଲା । ତେବେ ଉଦ୍ଧାର ହୋଇଥିବା ରୂପାର ଓଜନ ପ୍ରାୟ ୪୦୦ କିଲୋଗ୍ରାମ ।

Leave a Reply

Your email address will not be published. Required fields are marked *