ଓଲଟି ପଡ଼ିଲା ଯାତ୍ରୀବାହୀ ବସ : ଅଳ୍ପକେ ବର୍ତ୍ତିଲେ ୪୬ ଜଣ ଯାତ୍ରୀ, ୩ ଗୁରୁତର

‘ପ୍ରିନ୍ସ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ କଟକ ଅଭିମୁଖେ ଯାଉଥିଲାବେଳେ କୁମାରୁଣି ନିକଟରେ ଓଲଟି ପଡ଼ିଛି । ଅଳ୍ପକେ ବର୍ତ୍ତିଲେ ୪୬ ଜଣ ଯାତ୍ରୀ, ୩ ଗୁରୁତର ବୋଲି ଜଣାପଡ଼ିଛି । ତେବେ ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ କୁମାରୁଣି ନିକଟରେ ।

ମିଳିଥିବା ସୂଚନା ଅନୁସାରେ ବସରେ ୪୬ ଜଣ ଯାତ୍ରୀ ଥିଲେ । ଭାରସାମ୍ୟ ହରାଇ ଅଚାନକ ବସଟି ଓଲଟି ପଡ଼ିଥିଲା । ତେବେ ଘଟଣାସ୍ଥଳରେ ତୁରନ୍ତ ସ୍ଥାନୀୟ ଲୋକ ଏବଂ ପୋଲିସ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ ।

ସୂଚନାଥାଉ ଯେ ଏହି ଦୁର୍ଘଟଣା ଯୋଗୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି ଯେଉଁମାନଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *