ଭୁବନେଶ୍ୱର : ମଇ ୧୪ ତାରିଖ ପୂର୍ବାହ୍ନରେ ଏକ ଲଘୁଚାପ, ‘ୱେଲ-ମାର୍କଡ୍ ଲୋ-ପ୍ରେସର’ ରୂପେ ଚିହ୍ନଟ ହୋଇଛି ଯାହା ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ତଥା ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ।
ଭାରତୀୟ ପାଣିପାଗ ବିଭାଗର ସାଇକ୍ଲୋନ୍ ଓ୍ଵାର୍ଣ୍ଣିଂ ସେଣ୍ଟରର ସୂଚନା ଅନୁଯାୟୀ କ୍ରମେ ଏହି ଲଘୁଚାପ ବଳୟ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟ ଆଡ଼କୁ ଗତି କରୁଛି । ଆଗାମୀ ଦିନ ମଇ ୧୬ ତାରିଖ ବେଳକୁ ଏହା ଏକ ସାମୁଦ୍ରିକ ଝଡ଼ର ରୂପ ବି ନେଇପାରେ ବୋଲି ଆଶଙ୍କା କରାଯାଉଛି ।
ପୂର୍ବାନୁମାନ କରାଯାଉଛି ଯେ ଏହି ଲଘୁଚାପ ସାମୁଦ୍ରିକ ଝଡ଼ରେ ରୂପାନ୍ତରିତ ହେବା ପରେ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ଭିତର ଦେଇ ଗତି କରିବ । ମାତ୍ର ମଇ ୧୭ ତାରିଖ ବେଳକୁ ହୁଏତ ଉତ୍ତର-ଉତ୍ତରପୂର୍ବ ଦିଗକୁ ଏହା ଗତିପାରେ । ଫଳସ୍ଵରୂପ ମଇ ୧୮ ଓ ୧୯ ରେ ରାଜ୍ୟର ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସହିତ ଘଣ୍ଟା ପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ବି ବହିପାରେ ।