ବନ୍ଧୁକ ମୁନରେ ବଳାତ୍କାର କଲେ ପୋଲିସ କର୍ମଚାରୀ : ଫାଶୀ ଲଗେଇ ଝୁଲିପଡ଼ିଲେ ପୀଡ଼ିତା, ଉଦ୍ଧାର ହେଲା ସୁଇସାଇଡ଼ ନୋଟ୍

ମହାରାଷ୍ଟ୍ରର ଓସମାନାବାଦ ସହରରୁ ସାମ୍ନାକୁ ଆସିଛି ଏକ ଯେଉଁଥିରେ ବନ୍ଧୁକ ମୁନରେ ହୋଇଛି ବଳାତ୍କାର । ବାସ୍ତବରେ ଏଠାରେ ଜଣେ ବିବାହିତା ମହିଳା ନିଜକୁ ଫାଶୀରେ ଝୁଲାଇ ଆତ୍ମହତ୍ୟା କରିଛନ୍ତି । ଅଭିଯୋଗ ହୋଇଛି ଯେ ବନ୍ଧୁକ ମୁନରେ ଜଣେ ପୋଲିସ କର୍ମଚାରୀ ତାଙ୍କୁ ବଳାତ୍କାର କରିଥିଲା ।

ତେବେ ମହିଳା ଜଣଙ୍କର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ଏବଂ ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ଼ ନୋଟ୍ ଉଦ୍ଧାର କରିଛି । ସୁଇସାଇଡ଼ ନୋଟରେ ଲେଖାଯାଇଛି ଯେ ବନ୍ଧୁକ ମୁନ ଦେଖେଇ ପୋଲିସ କର୍ମଚାରୀ ପୀଡ଼ିତାଙ୍କୁ ବଳାତ୍କାର କରିଥିଲା, ଯେଉଁଥିପାଇଁ ସେ ନିଜକୁ ଫାଶୀରେ ଟାଙ୍ଗି ଦେଇଥିଲେ । ଅନୁମାନ କରାଯାଏ ଯେ ମହିଳା ଆତ୍ମହତ୍ୟା କରିବା ପୂର୍ବରୁ ଏହି ସୁଇସାଇଡ଼ ନୋଟ୍ ଲେଖିଥିବେ ।

ମିଳିଥିବା ସୂଚନା ଅନୁସାରେ ପୀଡ଼ିତାଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତ ପୋଲିସ କର୍ମଚାରୀ ହେଉଛନ୍ତି ହରିଭାଓ କୋଲେକର । ସେ ହେଡ୍ କନଷ୍ଟେବଳ ଭାବରେ ନିୟୋଜିତ ଅଛନ୍ତି । ତେବେ ଜଣେ ପୋଲିସ କର୍ମଚାରୀଙ୍କ କାରଣରୁ ଜଣେ ମହିଳାଙ୍କ ଆତ୍ମହତ୍ୟା ମାମଲା ପରେ ପୋଲିସ ପ୍ରଶାସନରେ ଉତ୍ତେଜନା ପ୍ରକାଶ ପାଇଛି । ସେପଟେ ଓସମାନାବାଦ ପୋଲିସ ଅଭିଯୁକ୍ତ ହେଡ୍ କନଷ୍ଟେବଳ ହରିଭାଓ କୋଲେକରଙ୍କୁ ଗିରଫ କରିଛି ଏବଂ ପଚରାଉଚରା କରାଯାଉଛି ।

ପୋଲିସ ଅଧିକାରୀଙ୍କ କହିବାନୁସାରେ ମୃତ ମହିଳାଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଚାଲିଛି । ଅଭିଯୁକ୍ତକୁ ଗିରଫ କରାସରିଛି । ଯଦି ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୁଏ ତେବେ ନିଶ୍ଚୟ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *