ଲଜ୍ୟା ! ଯାହା ପାଖକୁ ରାତି ଅଧରେ ବି ବ୍ୟକ୍ତି ଦୌଡ଼ି ଯାଏ ନ୍ୟାୟ ଆଶାରେ ସେ ଆଜି ନିଜେ ସାଜିଛି ଅପରାଧୀ, କରିଛି ଦୁଷ୍କର୍ମ । ଏମିତି ଏକ ଲଜ୍ୟାକର ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନର ଅଲୱର ଜିଲ୍ଲାରୁ ଯେଉଁଠି ଥାନା SI ଭୁଲିଗଲେ ନିଜ ଖାକି ପୋଷାକର ମର୍ଯ୍ୟାଦା । ଅଭିଯୋଗ ନେଇ ଆସିଥିବା ଜଣେ ମହିଳାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ କରିବସିଲେ ତାଙ୍କ ସହିତ ଘୋର ଅନ୍ୟାୟ ।
ମିଳିଥିବା ସୂଚନା ଅନୁସାରେ ଅଲୱର ଜିଲ୍ଲାରେ ଥିବା ଏକ ଗାଁରେ ରହୁଥିବା ସୀମା ନାମକ ଜଣେ ୨୬ ବର୍ଷିୟା ମହିଳା ନିଜର ସ୍ଵାମୀ ବିରୋଧରେ ଅଭିଯୋଗ ନେଇ ଥାନାକୁ ଯାଇଥିଲେ । ନିଜର ପାରିବାରିକ କଳହ ନେଇ ଛାଡ଼ପତ୍ର ପ୍ରସଙ୍ଗରେ ସେ ମାର୍ଚ୍ଚ ୨ ତାରିଖରେ ଖେଡ଼ଲି ଥାନାକୁ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କୁ ଏକୁଟିଆ ପାଇ ଥାନା ସେକେଣ୍ଡ ମ୍ୟାନ୍ SI ଭରତ ସିଂହ (୫୪) ନିଜର କାମନା ଚରିତାର୍ଥ କରିବାକୁ ମନ ବଳାଇଲେ । ମାମଲା ସମାଧାନ କରିବା କହି ମହିଳାଙ୍କୁ ଥାନା ପଛପଟେ ଥିବା ଅଫିସ୍ କମ୍ ନିଜ ବାସଗୃହକୁ ନେଇ ୩ ଦିନ ଧରି ତାଙ୍କ ସହିତ ଦୁଷ୍କର୍ମ କରିଥିବା ନେଇ ପୀଡ଼ିତା ଅଭିଯୋଗ କରିଛନ୍ତି ।

ଏହାପରେ ସଂପୃକ୍ତ ମହିଳାଙ୍କୁ ମାର୍ଚ୍ଚ ୭ ତାରିଖ ଦିନ ଥାନାକୁ ଡ଼କା ଯାଇଥିଲା ମାତ୍ର ସେ ବିରୋଧ କରିଥିଲେ । ପରେ ଦ୍ୱିଥାନାରେ ପହଁଞ୍ଚି ଅଭିଯୁକ୍ତ ଭରତ ସିଂହଙ୍କ ବିରୋଧରେ ଏକ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ । ଏମିତି ଏକ ମାମଲାର ଖବର ପାଇ IG ରେଞ୍ଜ୍ ଜୟପୁର ହୱା ସିଂହ ଘୁମାରିଆ, SP ତେଜସ୍ୱିନୀ ଗୌତମ ଖେଡ଼ଲି ଥାନାରେ ପହଞ୍ଚିଥିଲେ । ପ୍ରାରମ୍ଭିକ ତଦନ୍ତରେ ଭରତ ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।